ସୁବର୍ଣ୍ଣପୁର ଜିଲ୍ଲାର ମହାନଦୀ ସେତୁ ଉପରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ବୋଲେରୋ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ହିଁ ୫ ବୋଲେରୋ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଗୁରୁତର ଅବସ୍ଥାରେ ଅନ୍ୟ ୫ ଜଣଙ୍କୁ ସୋନପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।ସମସ୍ତ ଗୁରୁତରଙ୍କୁ ସୋନପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯିବା ପରେ ବୁର୍ଲା ସ୍ଥାନାନ୍ତର କରାଯାଇଛି।
ବରଯାତ୍ରୀରେ ଯାଇ ବାହାଘର ଭୋଜି ଖାଇ ଫେରୁଥିବା ବେଳେ ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ବିନିକା କଉଡିଆମୁଣ୍ଡାରୁ ପଞ୍ଚମହଲା ଓ ନମ୍ନା ଗାଁକୁ ବରଯାତ୍ରୀ ଫେରୁଥିବା ବେଳେ ମହାନଦୀ ବ୍ରିଜ ଉପରେ ବୋଲେରୋ-ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ବୋଲେରୋ ଭିତରେ ମୃତକ ମାନେ ଚାପି ହୋଇ ରହିଥିବାରୁ ଗାଡିକୁ ଗ୍ୟାସ୍ କଟରରେ କାଟି ସେମାନଙ୍କୁ ବାହାର କରାଯାଇଛି ।
ଦୁର୍ଘଟଣାରେ ଗୁରୁତରମାନେ ହେଲେ ପ୍ରମୋଦ ହୋତା, ଅମିତ୍ ବାଘ, ମହାଦେବ ପୁରୋହିତ, ଆଲିଶା ପାଣ୍ଡିଆ ଓ ଓମ୍ ପ୍ରକାଶ ପାଣ୍ଡିଆ । ସେହିପରି ମୃତକମାନେ ହେଲେ ନିମ୍ନା ଗାଁର ଆଶିଷ ପାଣ୍ଡିଆ, ପ୍ରମୋଦ ପାଣ୍ଡିଆ, ସିଦ୍ଧି ପାଣ୍ଡିଆ, ତ୍ରୟମ୍ବକ ମେହେର ଓ ଶୁଭମ ପାଣ୍ଡିଆ ।