କୋଭିଡରେ ମୃତ ସାମ୍ବାଦିକଙ୍କ ପରିବାରକୁ ସହାୟତା। କରୋନା ସଂକ୍ରମଣରେ ମୃତ୍ୟୁବରଣ କରିଥିବା ୧୭ ଜଣ କର୍ମଜୀବୀ ସାମ୍ବାଦିକଙ୍କ ପରିବାରକୁ ସହାୟତା ପାଇଁ ରାଜ୍ୟ ସରକାର ୨.୫୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ୧୭ ଜଣ ସାମ୍ବାଦିକଙ୍କ ପରିବାର ପାଇଁ ୧୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦିଆଯିବ ।
ଭୁବନେଶ୍ୱରର ୪ ଜଣ, ବଲାଙ୍ଗୀରର ୩ ଜଣ ସାମ୍ବାଦିକ, ଗଞ୍ଜାମର ୭ ଜଣ, ଯାଜପୁରର ୨ ଜଣ ଏବଂ କଳାହାଣ୍ଡିର ଜଣେ ସାମ୍ବାଦିକଙ୍କ ପରିବାକୁ ସହାୟତା ରାଶି ମଞ୍ଜୁର ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଅନୁକମ୍ପା ରାଶି ଏହି ୧୭ ଜଣ ସାମ୍ବାଦିକଙ୍କ ପରିବାରକୁ ପ୍ରଦାନ କରାଯିବ। ସାମ୍ବାଦିକ ମାନଙ୍କୁ ସମ୍ମୁଖ ଯୋଦ୍ଧା ଘୋଷଣା କରିଥିଲେ ରାଜ୍ୟ ସରକାର। କୋଭିଡରେ ଯଦି କୈଣସି କର୍ତ୍ତବ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ଘଟେ, ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତା ରାଶି ଯୋଗାଇଦିଆଯିବା ନେଇ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ପୂର୍ବରୁ ଅନେତକ ସାମ୍ବାଦିକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତା ରାଶି ଯୋଗାଇ ଦିଆଯାଇଛି। ଆଜି ୧୭ଜଣ ସାମ୍ବାଦିକଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ ନେଇ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ।