ଗାଡ଼ି କାଗଜପତ୍ର ପାଇଁ ଆଉ ଧାଇଁବାକୁ ପଡ଼ିବନି ଆରଟିଓ କାର୍ୟ୍ୟାଳୟ । ଏଣିକି ମୋବାଇଲ ଆପ୍ ଜରିଆରେ ମିଳିପାରିବ ଲର୍ଣ୍ଣିଂ ଲାଇସେନ୍ସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପରିବହନ ସେବା ସମ୍ପର୍କିତ ୯ ଗୋଟି ଅନଲାଇନ୍ ସେବାର ଶୁଭାରମ୍ଭ କରିଛନ୍ତି । ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଲର୍ଣ୍ଣର୍ସ ଲାଇସେନ୍ସ ମୋବାଇଲ୍ ଆପ୍ ଆଣିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଉମଙ୍ଗ ଆପ୍ ଜରିଆରେ ଲର୍ଣ୍ଣିଂ ଲାଇସେନ୍ସ, ଦେଶରେ ପ୍ରଥମ। ଗାଡ଼ି ପଞ୍ଜିକରଣ ଠାରୁ ଆରମ୍ଭ କରି ପରିବହନ ଅନୁମତି, ସ୍ୱତନ୍ତ୍ର ବସ୍ ପରମିଟ୍, ଅନ୍ତର୍ଜାତୀୟ ଡ୍ରାଇଭିଂ ପରମିଟ୍, କୌଣସି ଆରଟିଓରୁ ଦେଶର କୌଣସି ସ୍ଥାନକୁ ମାଲିକାନା ସ୍ଥାନାନ୍ତରଣ ଅଥବା ପୁନଃ-ପଞ୍ଜିକରଣ ଆଦି ଅନଲାଇନରେ କରିହେବ । କେବଳ ସେତିକି ନୁହେଁ, ଯେକୌଣସି ଜଞଙରେ ନବୀକରଣ କିମ୍ବା ମାଲିକାନା ପରିବର୍ତ୍ତନ ହୋଇପାରିବ। ରେଜିଷ୍ଟ୍ରେସନ, ନବୀକରଣ, ପରିବହନ ପରମିଟ ପାଇଁ ଆଉ ଜଞଙ ଯିବାକୁ ପଡ଼ିବନି।
ରାଜ୍ୟ ସରକାରଙ୍କ ୫ଟି କାର୍ୟ୍ୟକ୍ରମ ଅଧୀନରେ ଏହା କାର୍ୟ୍ୟ କରିବ । ମୁଖ୍ୟମନ୍ତ୍ରୀ କହିଛନ୍ତି- ଗାଡ଼ି ସମ୍ବନ୍ଧୀୟ କାର୍ୟ୍ୟ ଲାଗି ଯେ କେହିବି ସ୍ୱାଧୀନତାର ସହ ଇଚ୍ଛା ମୁତାବକ ଆରଟିଓ ଅଫିସ୍ ଚୟନ କରିପାରିବେ । ପରିବହନ କାର୍ୟ୍ୟାଳୟ ଆଗରେ ଲମ୍ବା ଧାଡ଼ି ଲାଗିବା ଅତୀତ ପାଲଟିବ । ଯେ କେହିବି କୌଣସି ସ୍ଥାନରୁ ଗାଡ଼ି କିଣିଲେ । ଡିଲର ଅନଲାଇନରେ ଆପ୍ଲାଏ କରିବେ । କାଗଜପତ୍ର ସ୍କାନ୍ କରି ଅନଲାଇନରେ ଅପଲୋଡ୍ କରିବେ । ଅନଲାଇନରେ ଟ୍ୟାକ୍ସ ଭରିବା ପରେ ସ୍ୱୟଂ ଗାଡ଼ି ପଞ୍ଜିକରଣ ନମ୍ବର ଆସିବ । ଏଥିପାଇଁ କୌଣସି ହାର୍ଡ କପି ଦେବାକୁ ପଡ଼ିବ ନାହିଁ କି ଆରଟିଓ ଅଫିସ୍ ଯିବାକୁ ପଡ଼ିବ ନାହିଁ ।