‘ବାପାଙ୍କ ଅଧୁରା ସ୍ୱପ୍ନ ପୂରଣ କରିବି’

ପିପିଲି ଉପନିର୍ବାଚନ ପାଇଁ ବିଜେଡି ଦିବଂଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କ ନାଁ ଘୋଷଣା କରିଛି । ବିଜେଡିରୁ ପ୍ରାର୍ଥୀ ହେବା ପରେ ରୁଦ୍ର ମହାରଥୀ ଭାବବିହ୍ନଳ ହୋଇଯାଇଛନ୍ତି । ଗଣମାଧ୍ୟମ ସାମନାରେ ପ୍ରତିକ୍ରିୟା ଦେବା ବେଳେ ରୁଦ୍ର ମହାରଥଙ୍କ ଆଖି ଛଳଛଳ ହୋଇପଡିଥିଲା । କହିଛନ୍ତି , ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରା କରିବି । ମା’-ବାପାଙ୍କ ଆଶୀର୍ବାଦ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲାଗି ପିପିଲ ବିଧାନସଭା ଉପନିର୍ବାଚନରେ ବିଜେଡିର ପ୍ରାର୍ଥୀ ହେବାର ସୁଯୋଗ ମିଳିଛି। ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଭରସା ରଖିଥିବାରୁ ସେ କୃତଜ୍ଞତା ଜଣାଉଥିବା କହିଛନ୍ତି।

ରୁଦ୍ର ମହାରଥୀ କହିଛନ୍ତି, ପିପିଲି-ଡେଲାଙ୍ଗ ମାଟିର ଲୋକଙ୍କ ଅଗ୍ରଗତି ଓ ପ୍ରଗତି ମୋ ପାଇଁ ଗୁରୁତ୍ବ ରହିବ। ମା’ଙ୍କ ଆଶୀର୍ବାଦ ସବୁବେଳେ ମୋ ସହ ରହିଛି। ମୁଁ ଟିକେଟ ପାଇବା ଯାହା, ମା’ ପାଇବା ତାହା। ବାପା-ମା’ଙ୍କ ବିନା ମୋର କିଛି ଅସ୍ଥିତ୍ବ ନାହିଁ ବୋଲି ସେ କହିଛନ୍ତି । ମାଟିର ଉନ୍ନତି ଓ ପ୍ରଗତି ମୋର ପ୍ରଥମ କାମ ରହିବ, ନିର୍ବାଚନ ଲଢିବାର ଅଭିଜ୍ଞତା ନାହିଁ କିନ୍ତୁ ମୋତେ ଯେଉଁ ଭଲପାଇବା ମିଳିଛି ତାହା ଉପ-ନିର୍ବାଚନ ବିଜୟରେ ମୋତେ ଆଗକୁ ବାଟ କଢାଇନେବ ବୋଲି କହିଛନ୍ତି ରୁଦ୍ର ।

ଗତବର୍ଷ ଅକ୍ଟୋବର ମାସରେ ପ୍ରଦୀପ ମହାରଥୀଙ୍କ ପରଲୋକ ପରଠାରୁ ପିପିଲି ବିଧାନସଭା ଆସନଟି ଖାଲିପଡ଼ିଛି। ସ୍ୱର୍ଗତ ମହାରଥୀଙ୍କ ପତ୍ନୀ ଓ ପୁତ୍ର ଉଭୟ ନିର୍ବାଚନ ଲଢ଼ିବାକୁ ଇଚ୍ଛୁକ ଥିଲେ। ରୁଦ୍ର ମହାରଥି କିମ୍ବା ପ୍ରତିଭା ମହାରଥୀ କାହାକୁ ଟିକେଟ ମିଳିବ ସେନେଇ ଦଳରେ ମଧ୍ୟ ଚର୍ଚ୍ଚା ସୃଷ୍ଟି ହୋଇଥିଲା । ମାତ୍ର ଶେଷରେ ପୁଅ ରୁଦ୍ରପ୍ରତାପଙ୍କ ସପକ୍ଷରେ ଯାଇଛି ନିଷ୍ପତ୍ତି। ଆଜି କିମ୍ବା ଆସନ୍ତାକାଲି ରୁଦ୍ରପ୍ରତାପ ପ୍ରାର୍ଥୀପତ୍ର ଦାଖଲ କରିପାରନ୍ତି ବୋଲି କୁହାଯାଉଛି।

ସେପଟେ ପିପିଲି ଉପନିର୍ବାଚନ ଲାଗି ଆଶ୍ରିତ ପଟ୍ଟନାୟକଙ୍କୁ ପିପିଲି ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ। ୨୦୧୯ ନିର୍ବାଚନରେ ମଧ୍ୟ ବିଜେପି ଆଶ୍ରିତଙ୍କୁ ପ୍ରାର୍ଥୀ କରିଥିଲା। ସେ ୭୨,୭୩୧ ଖଣ୍ଡ ଭୋଟ ପାଇଥିଲେ। ସେତେବେଳେ ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀ ୮୮,୫୧୮ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଥିଲେ।

Comments (0)
Add Comment