କରୋନା ଟିକାକୁ ନେଇ ଉଡ଼ା ଖବର

କରୋନା ଟିକାକୁ ନେଇ ଉଡ଼ା ଖବର । ହରିୟାଣାରେ ଟିକାକୁ ନେଇ ଗୁଜବ । ଭ୍ୟାକ୍ସିନରେ ଗାଈର ରକ୍ତ ଓ ଘୁଷୁରୀ ମାଂସ ମିଶିଥିବା ଉଡା ଖବର ପରେ ଟିକା ନେବାକୁ ଅମଙ୍ଗ ହେଉଛନ୍ତି ଲୋକେ । ଉଡା ଖବର ଯୋଗୁ ଦକ୍ଷିଣ ହରିଆଣାର ପଲୱଲ ଜିଲ୍ଲାରେ ଲୋକେ ଟିକା ନେବେନାହିଁ ବୋଲି ସ୍ଥାନୀୟ ପ୍ରଶାସନକୁ ଚିଠି ଲେଖି ଜଣାଇଛନ୍ତି ।

ଖବର ଅନୁସାରେ, କରୋନା ଟିକାରେ ଗାଈ ରକ୍ତ ମିଶିଥିବାରୁ ପ୍ରାୟ ୫୦ରୁ ୬୦ ଜଣ ଲୋକ ଏକ ଚିଠି ଲେଖି ସ୍ଥାନୀୟ ପ୍ରଶାସନକୁ ଜଣାଇଥିଲେ । ଲୋକଙ୍କ ସହ ସ୍ଥାନୀୟ ପ୍ରଶାସନ ଆଲୋଚନା ପରେ ସେମାନେ ଟିକାରେ ଘୁଷୁରି ମାଂସ ମିଶିଥିବା ସନ୍ଦେହ କରୁଛନ୍ତି ବୋଲି କହିଥିଲେ । ଏହାକୁ ନେଲେ ନପୁଂସକ ହୋଇଯିବା ଭୟ ରହିଛି ବୋଲି ସେମାନଙ୍କ ଆଶଙ୍କା ରହିଥିଲା । ହେଲେ ଏଭଳି ଗୁଜବକୁ ବିଶ୍ୱାସ ନକରିବାକୁ ପ୍ରଶାସନ କହିଛି । ଏଥିପାଇଁ ଲୋକଙ୍କ ବ୍ୟାପକ ସଚେତନତା ଜରୁରୀ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି । ଗୁଜବକୁ ବିଶ୍ୱାସ ନକରିବା ପାଇଁ ପ୍ରଶାସନ ପରାମର୍ଶ ଦେଇଛି ।

ସାରା ଦେଶରେ କରୋନା ସଂକ୍ରମଣ ପୁଣି ଥରେ ବଢିଚାଲିଛି । ଟିକାକରଣ ମଧ୍ୟ ଜୋରସୋରରେ ଚାଲିଛି । ତେବେ ହରିୟାଣାରେ ଏଭଳି ଏକ ଗୁଜବକୁ ନେଇ ଲୋକେ ଟିକା ନେବାକୁ ଚାହୁଁନାହାନ୍ତି । ଯାହା ସରକାରଙ୍କ ଚିନ୍ତାକୁ ବଢାଇଦେଇଛି ।

Comments (0)
Add Comment