ଶେଷ ହେବ କି ଯୁଦ୍ଧ? ଶାନ୍ତି ପାଇଁ ଋଷ ଏବଂ ୟୁକ୍ରେନ୍ ମଧ୍ୟରେ ବୈଠକ ଆରମ୍ଭ

ଋଷ ଏବଂ ୟୁକ୍ରେନ୍‌ ମଧ୍ୟରେ ଘମାଘୋଟ ଯୁଦ୍ଧ ମଧ୍ୟରେ ଆସିଛି ଆଶ୍ବସ୍ତୀକର ଖବର । ଯୁଦ୍ଧ ରୋକିବା ଏବଂ ଲାଗି ରହିଥିବା ବିବାଦକୁ ନେଇ ଆରମ୍ଭ ହୋଇଛି ଆଲୋଚନା । ବେଲାରୁସ ସୀମା‌ରେ ୟୁକ୍ରେନ୍‌ ଏବଂ ଋଷ ମଧ୍ୟରେ ଆରମ୍ଭ ହୋଇଛି ଆଲୋଚନା । ଏହି ଆଲୋଚନା ମାଧ୍ୟମରେ କିଛି ସମାଧାନର ରାସ୍ତା ବାହାରିବ ବୋଲି ଆଶା କରାଯାଉଛି । ପୂର୍ବରୁ ଋଷ ପ୍ରଥମେ ୟୁକ୍ରେନ୍‌ ସୀମାରୁ ସୈନ୍ୟ ପ୍ରତ୍ୟାହାର କରୁ ବୋଲି ଦାବି କରିଥିଲେ ରାଷ୍ଟ୍ରପତି ଜେଲେଂସ୍କି ।
ରୁଷ ଏବଂ ୟୁକ୍ରେନ୍‌ ଭିତରେ ଦୀର୍ଘ ୫ ଦିନ ହେଲା ଯୁଦ୍ଧ ଜାରି ରହିଛି। ଏହାରି ଭିତରେ ଏବେ ୟୁକ୍ରେନ୍‌କୁ ଅନ୍ୟ ଦେଶଗୁଡିକ ସମର୍ଥନ କରିବା ଆରମ୍ଭ କରିଛନ୍ତି। ଆମେରିକା ୟୁକ୍ରେନ୍‌ ପାଇଁ ୫୦୦ ଷ୍ଟିଙ୍ଗର ମିସାଇଲ ଓ ହତିଆର ପଠାଉଛି। ରୁଷ ଆକ୍ରମଣରେ ବର୍ତ୍ତମାନ ଯାଏଁ ୩୫୨ ଜଣଙ୍କ ମୃତ୍ୟୁ ହୋଇଥିବା ସହ ୧,୬୮୪ ଲୋକ ଆହତ ହୋଇଥିବା ୟୁକ୍ରେନ୍‌ ଦାବି କରିଛିି।

Comments (0)
Add Comment