ୟୁକ୍ରେନର ସବୁଠୁ ବଡ଼ ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟରେ ଋଷର ଆକ୍ରମଣ । ୟୁକ୍ରେନର ଜେବୋରିଜିଆ ପ୍ରାନ୍ତର ଏନରହୋଦର ସହରରେ ବଡ ଆକ୍ରମଣ କରିଛି ଋଷ । ୟୁକ୍ରେନର ଅଧିକାରୀ ଦାବି କରିଛନ୍ତି. ଋଷ ଏଠାରେ ଥିବା ୟୁରୋପର ସବୁଠାରୁ ବଡ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ଉପରେ ଆକ୍ରମଣ କରିଛି । ଏଠାରେ ଧୂଆଁ ଉଠୁଥିବା ଦେଖିବାକୁ ମିଳିଛି । ଯୁଦ୍ଧ ଆଜି ନବମ ଦିନରେ ପଂହଚିଥିବାବେଳେ ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି ।
ଋଷ ସୈନିକ ତୁରନ୍ତ ଆକ୍ରମଣ ବନ୍ଦ କରିବାକୁ ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ୟୁକ୍ରେନର ଜେବୋରିଜିଆ ପ୍ରାନ୍ତର ଉତର-ପଶ୍ଚିମ ଭାଗରେ ରହିଛି ଏନରହୋଦର ସହର । ଜେବୋରିଜିଆ ସହରରେ ୟୁରୋପର ସବୁଠାରୁ ବଡ ନିଉକ୍ଲିୟର ପ୍ଲାଣ୍ଟ ରହିଛି ।
ଗୁରୁବାର ରାତିରୁ ଜାପୋରିଝଝିଆରେ ରୁଷ ବୋମା ମାଡ଼ କରିଚାଲିଛି। ଆକ୍ରମଣ ଚାଲିଥିବା ବେଳେ ହଠାତ୍ ପ୍ଲାଣ୍ଟର ଗୋଟିଏ ଜେନେରେଟିଂ ୟୁନିଟରେ ବୋମା ମାଡ଼ ହୋଇଥିଲା। ଫଳରେ ପ୍ଲାଣ୍ଟର ଗୋଟିଏ ପାର୍ଶ୍ୱରେ ନିଆଁ ଲାଗି ଯାଇଥିଲା। ଏବେ ପ୍ଲାଣ୍ଟ ନିକଟରେ ରୁଷ ସୈନ୍ୟମାନେ ରହି ନିଆଁ ଲିଭାଇବାକୁ ଉଦ୍ୟମ କରୁଥିବା କର୍ମଚାରୀଙ୍କୁ ଗୁଳି କରୁଛନ୍ତି।
ଯଦି ସଂପୂର୍ଣ୍ଣ ନ୍ୟୁକ୍ଲିୟର ପ୍ଳାଣ୍ଟରେ ନିଆଁ ଲାଗିଯିବ, ତା’ହେଲେ ସ୍ଥିତି ଅତ୍ୟନ୍ତ ଭୟଙ୍କର ହେବ ବୋଲି ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଦିମତ୍ରୋ କୁଲେବା କହିଛନ୍ତି। ସେ କହିଛନ୍ତି, “ନିଆଁ ପ୍ଲାଣ୍ଟର ଗୋଟିଏ ୟୁନିଟରୁ ଆଉ ଗୋଟିଏ ୟୁନିଟକୁ ବ୍ୟାପୁଛି। ତେଣୁ ରୁଷ ତୁରନ୍ତ ଯୁଦ୍ଧ ବିରତି ଲାଗୁ କରୁ। ଅଗ୍ନିଶମ କର୍ମଚାରୀଙ୍କୁ ସେଠାକୁ ଯିବା ଅନୁମତି ଦେଉ ଓ ଉକ୍ତ ଅଞ୍ଚଳରେ ସିକ୍ୟୁରିଟ ଜୋନ ତିଆରି କରାଯାଉ।”