ଖାରକିଭରେ ଭୟଙ୍କର ଆକ୍ରମଣ କରୁଛି ଋଷ

ଋଷ-ୟୁକ୍ରେନ ମଧ୍ୟରେ ୭ ଦିନ ଧରି ଲଗାତାର ଭୀଷଣ ଯୁଦ୍ଧ ଲାଗିରହିଛି । ଆଜି ଋଷ ଆକ୍ରମଣକୁ ଆହୁରି ତୀବ୍ର କରିଛି । ୟୁକ୍ରେନ ସୈନ୍ୟ ଋଷର ଅନେକ ଯୁଦ୍ଧ ବିମାନ, ଏୟାର ଡିଫେନ୍ସ ସିଷ୍ଟମ ଓ ଟ୍ୟାଙ୍କକୁ ଉଡ଼ାଇ ଦେଇଛନ୍ତି । ଗତ ୪୮ ଘଣ୍ଟା ଧରି କିଭର ଉତ୍ତରାଞ୍ଚଳ, ଖାରକିଭର ପୂର୍ବାଞ୍ଚଳ ଓ ଚେର୍ନିହିବର ଦକ୍ଷିଣାଞ୍ଚଳରେ ଭୀଷଣ ଆକ୍ରମଣ ଜାରି ରହିଛି ବୋଲି ସେ ସୂଚନା ଦେଇଛନ୍ତି ।
ରାଜଧାନୀ କିଭରେ ଟିଭି ଟାଓ୍ୱାରକୁ ଉଡ଼ାଇ ଦେଇଛନ୍ତି ଋଷ ସୈନ୍ୟ । ଫଳରେ ଦେଶରେ ଟିଭି ଚ୍ୟାନେଲ ବନ୍ଦ ହୋଇଯିବା ଆଶଙ୍କା ଦେଖାଯାଇଛି । ସେପଟେ ପାଶ୍ଚାତ୍ୟ ରାଷ୍ଟ୍ରର ଜଣେ ଗୁଇନ୍ଦା ଅଫିସରଙ୍କ ସୂଚନା ଅନୁସାରେ, ୫ ହଜାରରୁ ଅଧିକ ଋଷୀୟ ସୈନ୍ୟ ଯୁଦ୍ଧବନ୍ଦୀ ହୋଇଛନ୍ତି କିମ୍ବା ପ୍ରାଣ ହରାଇଛନ୍ତି ବୋଲି କହିଛନ୍ତି । ଋଷ କରିଥିବା ଗୋଳାମାଡରେ ୧୦ ଜଣଙ୍କ ମୃତ୍ୟୁ ହେବା ସହ ୩୫ ଲୋକ ଆହତ ହୋଇଛନ୍ତି ବୋଲି ୟୁକ୍ରେନ ପକ୍ଷରୁ କୁହାଯାଇଛି ।
ୟୁକ୍ରେନର ଦକ୍ଷିଣ ଦିଗକୁ ଅଧିକ ସୈନ୍ୟ ପଠାଇବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ବେଲାଋଷ ରାଷ୍ଟ୍ରପତି ଆଲେକଜାଣ୍ଡାର ଲୁକକାସେଙ୍କୋ । ତେବେ ଯୁଦ୍ଧରେ ଏହି ସୈନ୍ୟବାହିନୀ ସାମିଲ ହେବେ ନାହିଁ ବୋଲି ସେ କହିଛନ୍ତି । ବେଲାଋଷ ଦକ୍ଷିଣାଞ୍ଚଳର ସୁରକ୍ଷା ଲାଗି ସେ ୫ଟି ସେନା ଟିମ୍ ପଠାଇଛନ୍ତି । ଏହି ଟିମରେ ରହିଛି ଅନେକ ଯୁଦ୍ଧାସ୍ତ୍ର ଓ ଟ୍ୟାଙ୍କ । ଏହାସହ ହେଲିକପ୍ଟର ଓ ଯୁଦ୍ଧବିମାନକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି । ସେପଟେ ୟୁକ୍ରେନକୁ ୩ ବିଲିୟନ ଡଲାର ସହାୟତା ଦେବାକୁ ଘୋଷଣା କରିଛି ବିଶ୍ବବ୍ୟାଙ୍କ ।

Comments (0)
Add Comment