ନ୍ୟୁକ୍ଲିୟର ପାୱାର ପ୍ଲାଂଟକୁ ଦଖଲ କଲା ରୁଷସେନା

ୟୁରୋପର ସବୁଠୁ ବଡ଼ ନ୍ୟୁକ୍ଲିୟର ପାୱାର ପ୍ଲାଂଟକୁ ଦଖଲ କଲା ରୁଷସେନା । ୟୁକ୍ରେନର ଜେବୋରିଜିଆ ପ୍ରାନ୍ତର ଏନରହୋଦର ସହରରେ ବଡ ଆକ୍ରମଣ କରିଛି ଋଷ । ୟୁକ୍ରେନର ଅଧିକାରୀ ଦାବି କରିଛନ୍ତି. ଋଷ ଏଠାରେ ଥିବା ୟୁରୋପର ସବୁଠାରୁ ବଡ ନ୍ୟୁକ୍ଲିୟର ପାୱାର ପ୍ଲାଂଟ ଉପରେ ଆକ୍ରମଣ କରିଛି । ମୋର୍ଟାର ଓ ବୋମାମାଡ ଯୋଗୁଁ ନ୍ୟୁକ୍ଲିୟର ପ୍ଲାଂଟରେ ନିଆଁ ଲାଗିଯାଇଛି । ଏଠାରେ ଧୂଆଁ ଉଠୁଥିବା ଦେଖିବାକୁ ମିଳିଛି । ଯୁଦ୍ଧ ଆଜି ନବମ ଦିନରେ ପଂହଚିଥିବାବେଳେ ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି ।
ଋଷ ସୈନିକ ପ୍ଲାଂଟ ଭିତରେ ପ୍ରବେଶ କରିଛନ୍ତି । ଏହ ୟୁକ୍ରେନର ଅଧିକାରୀଙ୍କ ସୁତ୍ରକୁ ଉଦ୍ଧାର କରି ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥାଗୁଡିକ କହିଛନ୍ତି ଯେ, ୟୁରୋପର ସବୁଠାରୁ ବଡ ନ୍ୟୁକ୍ଲିୟର ପ୍ଲାଂଟ ପ୍ରବଳ ଧୂଆଁ ଉଠୁଛି । ଏହାପରେ ଋଷ ସୈନିକ ତୁରନ୍ତ ଆକ୍ରମଣ ବନ୍ଦ କରିବାକୁ ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ୟୁକ୍ରେନର ଜେବୋରିଜିଆ ପ୍ରାନ୍ତର ଉତର-ପଶ୍ଚିମ ଭାଗରେ ରହିଛି ଏନରହୋଦର ସହର । ଜେବୋରିଜିଆ ସହରରେ ୟୁରୋପର ସବୁଠାରୁ ବଡ ନ୍ୟୁକ୍ଲିୟର ପ୍ଲାଂଟ ରହିଛି ।
ରିପୋର୍ଟ ଅନୁସାରେ, ଏଠାରେ ଋଷ ସୈନିକ ମୋର୍ଟାର ମାଡ କରିଛି । ଘଟଣା ପରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଆମେରିକା ରାଷ୍ଟ୍ରପତି ବାଇଡେନଙ୍କ ସହ କଥାବାର୍ତା କରିଛନ୍ତି । ବ୍ରିଟେନ ଜାତିସଂଘ ସୁରକ୍ଷା ପରିଷଦର ଜରୁରକାଳୀନ ବୈଠକ ଡାକିଛି । ଘଟଣା ପରେ ଅନ୍ତର୍ଜାତୀୟ ପରମାଣୁ ଏଜେନ୍ସି, ଆଇଏଇଏ ଭୟଙ୍କର ସ୍ଥିତି ଉପୁଜିପାରେ ବୋଲି ଚେତାବନୀ ଦେଇଛିା

Comments (0)
Add Comment