ଭାରତରେ ପହଂଚିଲା ଏସ-୪୦୦ ମିସାଇଲ

ଭାରତରେ ପହଂଚିଲା ଅଭେଦ୍ୟ ମହାକବଚ ଏସ-୪୦୦ । ଏହି ମିସାଇଲର ପୂରା ନାମ ହେଉଛି ଏସ-୪୦୦ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ । । ଏହାକୁ ପ୍ରଥମ ପର୍ୟ୍ୟାୟରେ ପଞ୍ଜାବରେ ସ୍ଥାପିତ କରାଯାଇଛି । ଏହି ମିସାଇଲ ଭାରତରେ ପହଂଚିବା ପରେ ଏବେ ବିଶ୍ୱର କୌଶସି ବି ଶକ୍ତି ଭାରତୀୟ ବାୟୁସେନାକୁ ହରାଇପାରିବ ନାହିଁ ବୋଲି କୁହାଯାଉଛି ।
ଏହି ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ ଭାରତରେ ପହଂଚିବା ପରେ ଦେଶର ସୁରକ୍ଷା ଅଭେଦ୍ୟ ହେବାକୁ ଯାଉଛି । ଏବେ ପାକିସ୍ତାନ କିମ୍ବା ଚୀନ ଭାରତକୁ ଆକାଶ ମାର୍ଗରୁ ଆକ୍ରମଣ କରିବା ପୂର୍ବରୁ ହଜାରେ ଥର ଚିନ୍ତା କରିବାକୁ ବାଧ୍ୟ ହେବେ । ଏନେଇ କିଛିମାସ ପୂର୍ବରୁ ଅଲମାଜ ଆଣ୍ଟେର ଡେପୁଟି ସିଇଓ ବ୍ୟାଚେସଲାବ ଜିରକାନ କହିଥିଲେ କି, ଏସ-୪୦୦ ର ପ୍ରଥମ ପର୍ୟ୍ୟାୟ ଯୋଗାଣ ଭାରତକୁ ଚଳିତ ବର୍ଷ ଶେଷ ସୁଦ୍ଧା ଯୋଗାଇ ଦିଆଯିବ ।
ଭାରତକୁ ଏସ-୪୦୦ ମିସାଇଲ ମିଳିବା ପରେ ସେନାର କ୍ଷମତା ଦିଗୁଣା ବୃଦ୍ଧି ହୋଇଛି ବୋଲି କୁହାଯାଉଛି । କହିରଖୁ କି ଭାରତ ଅକ୍ଟୋବର ୨୦୧୮ ରେ ଋଷ ସହିତ ଏଭଳି ୫ ଟି ମିସାଇଲ କିଣିବା ନେଇ ୩୩ ହଜାର କୋଟି ଟଙ୍କାର ଚୁକ୍ତି କରିଥିଲା ।
ଲମାଜ ଆଣ୍ଟେର ଡେପୁଟି ସିଇଓ ବ୍ୟାଚେସଲାବ ଜିରକାନ ଆହୁରି କହିଥିଲେ କି ଏହି ମିସାଇଲ ଭାରତରେ ପହଂଚିବା ପୂର୍ବରୁ ଭାରତୀୟ ବାୟୁସେନାର କିଛି କର୍ମଚାରୀଙ୍କୁ ଟ୍ରେନିଂ ଦିଆଯାଉଛି , ଯେଉଁମାନେ କି ଏହି ମିସାଇଲକୁ ପରିଚାଳନା କରିବେ । ଏହି ମିସାଇଲକୁ ପରିଚାଳନା କରିବାକୁ ଭାରତୀୟ ବାୟୁସେନାର କର୍ମଚାରୀଙ୍କୁ ଦୁଇଟି ପର୍ୟ୍ୟାୟରେ ପ୍ରଶିକ୍ଷଣ ଦିଆଯାଇଛି । ଏହି ପ୍ରଶିକ୍ଷଣ ସମୟରେ ଭାରତୀୟ ସେନା ଅଧିକାରୀମାନେ ଯେଭଳି ଭାବେ ଟ୍ରେନିଂ ଶେଷ କରିଛନ୍ତି ଏଥିରୁ ଅନୁମାନ କରାଯାଉଛି କି ଭାରତୀୟ ସେନା ବିଶ୍ୱର ସର୍ବଶ୍ରେଷ୍ଠ ସେନା ମଧ୍ୟରୁ ଅନ୍ୟତମ ବୋଲି ସେ କହିଥିଲେ ।

Comments (0)
Add Comment