କ୍ରିକେଟର ଭଗବାନ ତଥା ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି।ଏବେ ହୋମ କ୍ୱାରେଣ୍ଟାଇନରେ ଥିବା ମଧ୍ୟ କହିଛନ୍ତି। ସମସ୍ତ ପ୍ରକାର ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ ସତ୍ତ୍ୱେ ସେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ପରିବାର ଅନ୍ୟ ସଦସ୍ୟମାନଙ୍କ କରୋନା ରିପୋର୍ଟ ନେଗେଟିଭ୍ ରହିଛି । ନିଜ ଘରେ ବର୍ତ୍ତମାନ କ୍ୱାରେଣ୍ଟାଇନ୍ରେ ରହିଥିବା ବେଳେ ଡାକ୍ତରଙ୍କ ପରାମର୍ଶ କ୍ରମେ ଆବଶ୍ୟକ ସମସ୍ତ ନିୟମ ମାନିଚଳୁଛନ୍ତି ବୋଲି ଟ୍ୱିଟ୍ରେ ସେୟାର କରିଥିବା ଏକ ପୋଷ୍ଟରେ ଲେଖିଛନ୍ତି ।
ନିକଟରେ ସଚିନ ରୋଡ ସେଫ୍ଟି ଲିଜେଣ୍ଡ ଟୁର୍ଣ୍ଣାମେଣ୍ଟରେ ଖେଳିଥିଲେ । କ୍ରିକେଟର ଭେଟରାନମାନଙ୍କୁ ନେଇ ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ୍ରେ ଇଣ୍ଡିଆ ଲିଜେଣ୍ଡ୍ସ ଶ୍ରୀଲଙ୍କା ଲିଜେଣ୍ଡସକୁ ହରାଇ ଚାମ୍ପିୟନ ହୋଇଥିଲା। । ଏଭଳି ସମୟରେ ସାରା ଦେଶରେ ତାଙ୍କୁ ଓ ଅନ୍ୟ ସମସ୍ତଙ୍କୁ ସହାୟତା କରୁଥିବା ସ୍ୱାସ୍ଥ୍ୟକର୍ମୀ ଏବଂ ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଛନ୍ତି ତେନ୍ଦୁଲକର ।ଏହା ବ୍ୟତୀତ ତାଙ୍କୁ ଭଲ ପାଉଥିବା ସମସ୍ତ ଫ୍ୟାନ୍ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ତେନ୍ଦୁଲକର ପଜିଟିଭ ଚିହ୍ନଟ ହେବା ନେଇ ଖବର ପ୍ରଚାରିତ ହେବା ପରେ ବହୁ ସଂଖ୍ୟା ପ୍ରଶଂସକ ତାଙ୍କୁ ସୋସିଆଲ୍ ମିଡିଆ ଯୋଗେ ଆଶୁ ଆରୋଗ୍ୟ କାମନା କରିଛନ୍ତି ।