ଦଶମ ଓ ଦ୍ୱାଦଶ ପରୀକ୍ଷା ନେଇ କ’ଣ କହିଲେ ମନ୍ତ୍ରୀ?

ଦଶମ ଓ ଦ୍ୱାଦଶ ପରୀକ୍ଷାକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ । ସେ କହିଛନ୍ତି, ‘ରାଜ୍ୟରେ ବର୍ତ୍ତମାନ କରୋନା ତଳମୁହାଁ ହେଉଛି। ତେଣୁ ଦଶମ, ଦ୍ୱାଦଶ ପରୀକ୍ଷା କରିବାକୁ ଆମର ଆଗ୍ରହ ରହିବ। ପରୀକ୍ଷା ପାଇଁ ପିଲାମାନେ ପ୍ରସ୍ତୁତ ରୁହନ୍ତୁ’। ଆଜିର ସ୍ଥିତି ଦେଖିଲେ ପରୀକ୍ଷା ହେବାର ସମ୍ଭାବନା ଯଥେଷ୍ଟ ରହିଛି। ଏଥିପାଇଁ ଛାତ୍ରଛାତ୍ରୀମାନେ ପ୍ରସ୍ତୁତ ରୁହନ୍ତୁ। ପ୍ରଭୁ ଜଗନ୍ନାଥଙ୍କ କୃପାରୁ ପରୀକ୍ଷା ଠିକ୍‌ ସମୟରେ ହେବା ସହ ଫଳାଫଳ ମଧ୍ୟ ଠିକ୍‌ ସମୟରେ ବାହାରିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି।

Comments (0)
Add Comment