ଏସସିବି ନର୍ସିଂ କଲେଜ ବନ୍ଦ

ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ଏସସିବି ନର୍ସିଂ କଲେଜ ।କରୋନା ସଂକ୍ରମଣ ବଢ଼ିବା ପରେ ସ୍ୱାସ୍ଥ୍ୟ ବିଭାଗଙ୍କ ନିର୍ଦ୍ଦେଶ କ୍ରମେ ନର୍ସିଂ କଲେଜକୁ ବନ୍ଦ କରାଯାଇଛି। ଆଜି ସଂଧ୍ୟା ସୁଦ୍ଧା ହଷ୍ଟେଲ ଛାଡ଼ିବା ପାଇଁ ଅନ୍ତେବାସୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ବନ୍ଦ ରହିବ କଟକ ବଡ଼ ମେଡିକାଲର ନର୍ସିଂ କଲେଜ । କୋଭିଡ୍ ନିୟମ ଉଲ୍ଲଘଂନ କରିଥିବାରୁ ନର୍ସିଂ କଲେଜ କୁ ସିଲ୍ କeû~ûAQò ।  ନର୍ସିଂ ଛାତ୍ରଛାତ୍ରୀ କହିଛନ୍ତି, ଯଦି ଅନ୍ୟ କେଉଁଠି ହଷ୍ଟେଲ ଓ କଲେଜ ବନ୍ଦ ହେଉ ନାହିଁ, ତେବେ ଏଠାରେ କାହିଁକି ବନ୍ଦ କରାଯାଉଛି। ଛାତ୍ରଛାତ୍ରୀଙ୍କ କହିବା ଅନୁଯାୟୀ,  ସୁପରିଣ୍ଟେଣ୍ଡେଣ୍ଟ ସେମାନଙ୍କ ସହ ଆଲୋଚନା କଲା ବେଳେ କହିଥିଲେ ଯେ ଦୀର୍ଘ ଦିନ ଆନ୍ଦୋଳନ କଲେ ସରକାରଙ୍କୁ ଲେଖି କଲେଜ ବନ୍ଦ କରାଇ ଦିଆଯିବ ବୋଲି ଚେତାଇ ଦେଇଥିଲେ। ତେଣୁ ଆଜିର ଏହି ବନ୍ଦ ନିର୍ଦ୍ଦେଶ ସେହି ଚେତାବନୀର ପ୍ରତିଫଳନ ବୋଲି କେହି କେହି କହୁଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧୩୭୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪୮୧୮୨ରେ ପହଞ୍ଚିଛି । କଟକରେ ମୋଟ୍ ୨୯୮୯୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୬୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨୯୩୮୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାସହ କରୋନା ଯୋଗୁଁ ୧୪୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ 

Comments (0)
Add Comment