ଏଣିକି ସକାଳୁଆ ସ୍କୁଲ

ମାର୍ଚ୍ଚ ମାସ ନହେଉଣୁ ରାଜ୍ୟରେ ଅସମ୍ଭାଳ ଖରା ଅନୁଭୂତ ହେଉଛି । ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମପ୍ରବାହ ଅନୁଭୂତ ହେଉଥିବା ବେଳେ ରାଜଧାନୀ ଭୁବନେଶ୍ୱର ଦ୍ୱିତୀୟ ଦିନରେ ବି ଦେଶର ଉତପ୍ତ ସହର ପାଲଟିଛି । ଏହାକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଗଣଶିକ୍ଷା ଅତିରିକ୍ତ ସଚିବ ଶୁକ୍ରବାର ଚିଠି ଲେଖିଛନ୍ତି।

ବଦଳିଲା ସମୟ । ଏଣିକି ସକାଳୁଆ ହେବ ସ୍କୁଲ । ଚିଠି ଅନୁଯାୟୀ ନବମ ଏବଂ ଏକାଦଶ ଶ୍ରେଣୀ ପାଇଁ ସକାଳ ୭ଟାରୁ ୯ଟା ଯାଏଁ ସ୍କୁଲରେ ପାଠପଢା ହେବ। ସେହି ପରି ଦଶମ ଏବଂ ଦ୍ଵାଦଶ ପାଇଁ ସକାଳ ୯ଟାରୁ ଦିନ ୧ଟା ଯାଏ ସ୍କୁଲ ଖୋଲା ରହିବ। ଛାତ୍ର-ଛାତ୍ରୀଙ୍କୁ ସାଥୀରେ ପାଣି ବୋତଲ ଆଣିବାକୁ କୁହାଯାଇଛି। ଏଥିସହ ସ୍କୁଲ ଏବଂ କଲେଜ୍‌ରେ ଗୁଡିକରେ କରୋନା ସଂପର୍କିତ ନିୟମର ପାଳନ ମଧ୍ୟ ହେବ।

ସୂଚନାଯୋଗ୍ୟ ଯେ, ଲଗାତାର ଭାବେ ଦ୍ୱିତୀୟ ଦିନରେ ଦେଶର ଉତ୍ତପ୍ତ ସହର ପାଲଟିଛି ଭୁବନେଶ୍ୱର । ଆଜି ବି ଏଠାରେ ସର୍ବାଧିକ ତାପମାତ୍ରା ୩୯.୪ ଡିଗ୍ରୀ ରେକର୍ଡ କରାଯାଇଛି । ଯାହା ଗତ ୧୦ ବର୍ଷରେ ତୃତୀୟ ସର୍ବାଧିକ ବୋଲି କୁହାଯାଉଛି । ଆସନ୍ତା ୫ ଦିନ ଯାଏଁ ସ୍ୱାଭାବିକ ତାପମାତ୍ରା ଠାରୁ ଅଧିକ ୩ ରୁ ୪ ଡିଗ୍ରୀ ଉପରେ ପାରଦ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ରାଜଧାନୀ ଭୁବନେଶ୍ୱର ସମେତ ଟିଟିଲାଗଡ, ସମ୍ବଲପୁରରେ ମଧ୍ୟ ତାପମାତ୍ରା ବୃଦ୍ଧି ପାଇଲାଣି । ଯାହାକୁ ଆଖି ଆଗରେ ରଖି ରାଜ୍ୟ ସରକାର ଏବେ ସ୍କୁଲଗୁଡିକର ସମୟ ସକାଳୁଆ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Comments (0)
Add Comment