‘ସ୍କୁଲ ଖୋଲିବା ନେଇ ଦ୍ୱନ୍ଦ୍ୱ ନାହିଁ’

ଜାନୁୟାରୀ ୩ ତାରିଖରୁ ହିଁ ପ୍ରଥମରୁ ପଞ୍ଚମ କ୍ଲାସ୍ ହେବ । ପରୀକ୍ଷା ମଧ୍ୟ ଠିକ୍ ସମୟରେ ହେବ। ଦ୍ୱନ୍ଦ୍ୱ ଦୂର କଲେ ଗଣଶିକ୍ଷା ମନ୍ତ୍ରୀ ।ସେ ଆହୁରି ମଧ୍ୟ କହିଛନ୍ତି, ନୋଡାଲ ଅଫିସରମାନେ ଜିଲ୍ଲା ବୁଲୁଛନ୍ତି। ସଚିବ ଡିଇଓ ଓ ବିଇଓମାନଙ୍କର ବୈଠକ ନେଇଛନ୍ତି । ସ୍କୁଲ ଖୋଲିବା ପରେ ଆସନ୍ତା ୪ ତାରିଖରେ ଫଲ୍ ଆଉଟ୍ ସମ୍ପର୍କରେ ମୁଁ ମଧ୍ୟ ଡିଇଓମାନଙ୍କର ବୈଠକ ନେବି। ଯିଏ ଚାହିଁବେ ଅନଲାଇନରେ ପଢ଼ିବେ ।

କରୋନା ସମ୍ପୂର୍ଣ୍ଣ ଭାବେ ଯାଇନି । ପିଲାଙ୍କୁ ଗହଳି ସ୍ଥାନରୁ ଦୁରେଇ ରଖିବାକୁ ଅଭିଭାବକ ମାନଙ୍କୁ ନିବେଦନ କରାଯାଇଛି । ଓମିକ୍ରନକୁ ଦୃଷ୍ଟିରେ ରଖି ସଂକ୍ରମଣମୁକ୍ତ ଶିକ୍ଷା ଲାଗି ବ୍ୟବସ୍ଥା ହୋଇଛି । ୨୦୨୨ରେ ପରୀକ୍ଷା ଠିକ୍ ସମୟରେ ହେବ ଓ ଫଳ ଠିକ୍ ସମୟରେ ପ୍ରକାଶ ପାଇବାକୁ ପ୍ରସ୍ତୁତି କରିଛି ଗଣଶିକ୍ଷା ବିଭାଗ। ପିଲାମାନେ ବି ପ୍ରସ୍ତୁତ ରୁହନ୍ତୁ ।ଭିତ୍ତିଭୂମିକୁ ନଜରରେ ନିଷ୍ପତ୍ତି ନିଆଯାଇଛି । ସ୍କୁଲ କ୍ୟାମ୍ପସ ବି ସ୍ୱଚ୍ଛ କରାଯାଇଛି।

Comments (0)
Add Comment