ସ୍କୁଲ ଖୋଲିବାକୁ ସୁପାରିଶ

ସ୍କୁଲ ଖୋଲିବାକୁ ରାଜ୍ୟ ସରକାରଙ୍କୁ ସୁପାରିଶ କରିବ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ । ଥମିକ ଶିକ୍ଷା ହେଉଛି ମୂଳଦୁଆ । ମୂଳଦୁଆ ବିଗିଡିଗଲେ ଉଚ୍ଚ ଶ୍ରେଣୀରେ ବହୁତ ଅସୁବିଧା ହେବ । ଛୋଟ ପିଲାମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଅଧିକ ରହିଥାଏ, ତେଣୁ ପ୍ରଥମଠାରୁ ପଞ୍ଚମ ଶ୍ରେଣୀ ଖୋଲିଲେ କୌଣସି ଅସୁବିଧା ହେବ ନାହିଁ । ତା’ଛଡ଼ା ଶିଶୁଙ୍କ ପାଇଁ ଟିକା ମଧ୍ୟ ଖୁବ ଶୀଘ୍ର ଆସିବ ବୋଲି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ କହିଛନ୍ତି ।।
ରାଜ୍ୟରେ ବିଦ୍ୟାଳୟ ଖୋଲିବା ପରେ ସଚେତନତା ଓ ସୁରକ୍ଷା ନେଇ ହେବ ଅଭିଯାନ । ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ପ୍ରତିଷ୍ଠା ଦିବସ ଅବସରରେ ଗତ ୧ ତାରିଖରୁ ୪୦ ଦିନିଆ ଏହି କାର୍ୟ୍ୟକ୍ରମ ଜାରି ରହିଥିବା ବେଳେ ଆସନ୍ତା ୧୯ ତାରିଖରୁ ସ୍ବତନ୍ତ୍ର ଭ୍ରାମ୍ୟମାଣ ଭ୍ୟାନର ଶୁଭାରମ୍ଭ ହେବ, ଯାହା ଭୁବନେଶ୍ୱରରୁ ଆରମ୍ଭ କରି ରାଜ୍ୟର ସମସ୍ତ ଜିଲ୍ଲାରେ ବୁଲିବୁଲି ଶିଶୁମାନଙ୍କ ସୁରକ୍ଷା ଓ ସଚେତନତା ଦିଗରେ ବାର୍ତ୍ତା ଦେବ । ଡିସେମ୍ବର ୧୦ ତାରିଖରେ ୪୦ ଦିନିଆ ଅଭିଯାନ ଶେଷ ହେଉଥିବା ବେଳେ ସମସ୍ତ କାର୍ୟ୍ୟକ୍ରମ ଏହାରି ଭିତରେ ଶେଷ କରିବାକୁ ଲକ୍ଷ୍ୟ ରହିଛି ।

Comments (0)
Add Comment