ଚିଠିରେ ଏମିତି କାହିଁକି ଲେଖିଥିଲେ ବିଦ୍ୟାଭାରତୀ?

ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ସାଇଣ୍ଟିଫିକ୍ ଟିମ୍ ହାତରେ ଲାଗିଛି ଏକ ଗୁରୁତ୍ୱପୂର୍ଣ୍ଣ ଚିଠି । ଏହି ଚିଠି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ଲେଖିଥିବା ଜଣାପଡିଛି । ଚିଠିରେ ଳେଖା ଅଛି, ମୁଁ ତମକୁ ସବୁଠାରୁ ଅଧିକ ଘୃଣା କରେ । ବାହାଘର ସବୁଠାରୁ ବଡ଼ ଭୁଲ ନିଷ୍ପତ୍ତି ଥିଲା । ଗୋଟିଏ ଭୁଲ ନିଷ୍ପତ୍ତି କେମିତି ଜଣକର ଜୀବନକୁ ନଷ୍ଟ କରିଦିଏ, ତାହା ତାଙ୍କ ଜୀବନରେ ଘଟିଛି । ହେ ପ୍ରଭୁ ସବୁ ଭୁଲକୁ କ୍ଷମା କର । କେମିତି ଆଉ ୩ ଦିନ କଟିବ ୧୨ ତାରିଖରୁ ୧୫ ତାରିଖ ପରେ ଶାନ୍ତିରେ ରହିବି ବୋଲି ଚିଠିରେ ଲେଖାହୋଇଛି । ସେପଟେ ବିଦ୍ୟାଭାରତୀ କହିଛନ୍ତି, ନିଜ ମନ ଖରାପ ଥିଲେ ସେ ଲେଖନ୍ତି ।

ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ପୁଲିସ ଛାନଭିନ ଚଳାଇଥିବା ବେଳେ କ୍ରାଇମ୍ରବାଂଚ ଏବେ ତଦନ୍ତରେ ସହଯୋଗ କରୁଛି । ପ୍ରତିଦିନ ଘଟଣାରେ ନୂଆ ନୂଆ ଟ୍ୱିଷ୍ଟ ଆସୁଛି । ସୌମ୍ୟରଂଜନଙ୍କ ମୃତ୍ୟୁ, ହତ୍ୟା,ଆତ୍ମହତ୍ୟା ନା ଦୁର୍ଘଟଣା ତାହା ଏଯାଏ ଜଣାପଡିନି ।

Comments (0)
Add Comment