ଭଦ୍ରକ,ବାଲେଶ୍ୱର, କେନ୍ଦ୍ରାପଡାରେ ଦେଖିବାକୁ ମିଳିଛି ବାତ୍ୟା ‘ୟସ’ର ତାଣ୍ଡବ ପରର ଚିତ୍ର ।ପ୍ରବଳ ବର୍ଷା ଯୋଗୁଁ ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି । ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ବ୍ୟାପକ କ୍ଷତି ହୋଇଛି। ପାଣି ଜମି ରହିବା ଯୋଗୁ କିଛି ସ୍ଥାନରେ ଫ୍ଲାସଫ୍ଲଡ ହୋଇଛି। ଜୁଆର ପାଣି ବହୁତ ଗାଁରେ ପଶିଛି। ଭଦ୍ରକ ଜିଲ୍ଲାର ୭ଟି ବ୍ଲକର ତଳିଆ ଅଞ୍ଚଳରେ ବର୍ଷା ପାଣି ବନ୍ୟା ପରିସ୍ଥିତି ସୃଷ୍ଟି କରିଛି ।
ବାଲେଶ୍ୱର ସୋର ବ୍ଲକର ୨ଟି ପଞ୍ଚାୟତ, ବାହାନଗା ବ୍ଲକର ୩ଟି ପଞ୍ଚାୟତ, ରେମୁଣା ବ୍ଲକର ୪ଟି ପଞ୍ଚାୟତ, ବାଲେଶ୍ବର ସଦର ବ୍ଲକର ୨୬ଟି ପଞ୍ଚାୟତ, ବାଲିଆପାଳ ବ୍ଲକର ୧୧ଟି ପଞ୍ଚାୟତ ଓ ଭୋଗରାଇ ବ୍ଲକର ୮ଟି ପଞ୍ଚାୟତର ଶତାଧିକ ଗାଁ ଭିତରକୁ ସମୁଦ୍ର ମାଡିଯାଇଥିବା ବେଳେ ଶହଶହ ହେକ୍ଟର ଚାଷଜମି, ଚିଙ୍ଗୁଡ଼ିଘେରିରେ ଲୁଣି ପାଣି ମାଡ଼ିଯାଇଛି। ଅନେକ ସ୍ଥାନରେ ବିଦ୍ୟୁତ୍ ଭିତ୍ତିଭୂମି ନଷ୍ଟ ହୋଇଥିବାରୁ ବିଦ୍ୟୁତ୍ ସେବା ମଧ୍ୟ ବ୍ୟାହତ ହୋଇଛି। ବାତ୍ୟାର ପ୍ରଭାବରେ ନଦୀବନ୍ଧ ଭାଙ୍ଗି ଜନବସତି ଆଡ଼କୁ ଧସେଇ ପଶିଥିଲା ଲୁଣିଜୁଆର। ଚାନ୍ଦିପୁର ବେଳାଭୂମିରେ ୫ ଫୁଟ ଉଚ୍ଚର ଜୁଆର ଉପରକୁ ଉଠିବା ଫଳରେ ହୋଟେଲ, ରସର୍ଟ, ଜନବସତି ଓ ଚିଙ୍ଗୁଡ଼ି ଘେରି ଗୁଡ଼ିକରେ ପାଣି ପଶିଯାଇଛି।
ଧାମରା, ଚାନ୍ଦବାଲି, ବାସୁଦେବପୁର ଓ ତିହିଡ଼ି ବ୍ଲକରେ ଅଧିକ କ୍ଷତି କରିଛି ବାତ୍ୟା ‘ୟାସ୍’ । ଜିଲ୍ଲାର ୭ଟି ବ୍ଲକର ତଳିଆ ଅଞ୍ଚଳରେ ବର୍ଷା ପାଣି ବନ୍ୟା ପରିସ୍ଥିତି ସୃଷ୍ଟି କରିଛି । ପ୍ରଶାସନ ପକ୍ଷରୁ ଜିଲ୍ଲାରେ ଉଦ୍ଧାର କାର୍ୟ୍ୟ ଆରମ୍ଭ ହୋଇଛି । ପାଣି ଜମିଥିବା ସ୍ଥାନରୁ ବର୍ଷାଜଳ ନିଷ୍କାସନ ପ୍ରକ୍ରିୟା ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ଲ୍ଲା ପ୍ରଶାସନ ପକ୍ଷରୁ ୧ ଲକ୍ଷ ୨୦ ହଜାରରୁ ଅଧିକ ଲୋକଙ୍କୁ ତଳିଆ ଅଞ୍ଚଳରୁ ସ୍ଥାନାନ୍ତର କରି ସ୍ଥାୟୀ ଓ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ଥଇଥାନ କରାଯାଇଛି । ଏହା ସହିତ ସେମାନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି । ତେବେ କ୍ଷୟକ୍ଷତି ଆକଳନ ପରେ ଜିଲ୍ଲାରେ କେତେ ମାତ୍ରରେ କ୍ଷତି ହୋଇଛି ତାହା ସ୍ପଷ୍ଟ ହେବ ।