ସେବାୟତଙ୍କୁ ଗୁଳି କରି ହତ୍ୟା

ପୁରୀରେ ବରିଷ୍ଠ ସେବାୟତଙ୍କୁ ଗୁଳି କରି ହତ୍ୟା । ଗୁଳିମାଡ଼ରେ କୃଷ୍ଣଚନ୍ଦ୍ର ପତ୍ରିହାରୀଙ୍କ ମୃତ୍ୟୁ । ମେଡିକାଲରେ କୃଷ୍ଣଚନ୍ଦ୍ରଙ୍କୁ ମୃତ ଘୋଷଣା କଲେ ଡାକ୍ତର ।ବାରବାଟୀ ଆଖଡା ନିକଟରେ ସେବାୟତଙ୍କୁ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ ।
ସୁଆର ମହାସୁଆର ନିଯୋଗର ସାଧାରଣ ସମ୍ପାଦକ ଥିଲେ କୃଷ୍ଣଚନ୍ଦ୍ର ପ୍ରତିହାରୀ । ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ବି ଥିଲେ । ଗୁନ ସିଂହାରୀ ହତ୍ୟାକାଣ୍ଡ ସହ ଗୁଳିମାଡ଼ର ସମ୍ପୃକ୍ତ ଥିବା ଚର୍ଚ୍ଚା ହେଉଛି । ପୂର୍ବ ଶତ୍ରୁତାରୁ ଗୁଳିମାଡ଼ କରାଯାଇଥିବା ସନ୍ଦେହ ।
ବାରବାଟୀ ଜାଗାର ଉନ୍ନତିମୂଳକ କାର୍ୟ୍ୟ ଦାୟିତ୍ୱରେ ଥିଲେ କୃଷ୍ଣଚନ୍ଦ୍ର । ହଠାତ୍ କିଛି ଦୁର୍ବୃତ୍ତ ସେଠାକୁ ଆସି ତାଙ୍କ ମୁଣ୍ଡକୁ ଗୁଳିମାଡ଼ କରିଥିଲେ । ରକ୍ତ ଜୁଡୁବୁଡୁ ୍ରଅବସ୍ଥାରେ ପୁରୀ ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ କୃଷ୍ଣଚନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

Comments (0)
Add Comment