ଆଜିଠୁ ଆସନ୍ତା ୭ତାରିଖ ଯାଏଁ ମୁମ୍ବାଇରେ ୧୪୪ ଧାରା

ଆଜିଠୁ ଜାନୁଆରୀ ୭ ଯାଏଁ ମୁମ୍ବାଇରେ ଲାଗିଲା ୧୪୪ ଧାରା । କରୋନା ଭୂତାଣୁର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ସଂକ୍ରମଣ ବଢୁଥିବା ବେଳେ କଡା ପଦକ୍ଷେପ ଗ୍ରହଣ କରିଛି ମୁମ୍ବାଇ । ମୁମ୍ବାଇରେ ଆଜିଠାରୁ ଅର୍ଥାତ ଡିସେମ୍ବର ୩୦ରୁ ଆସନ୍ତା ଜାନୁଆରୀ ୭ ତାରିଖ ଯାଏଁ ଲାଗୁ ହୋଇଛି ୧୪୪ ଧାରା । କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି ।
ଓମିକ୍ରନ ସଂକ୍ରମଣ ବଢୁଥିବା ବେଳେ ନୂଆବର୍ଷ ଉତ୍ସବ ଉପରେ ମଧ୍ୟ କଟକଣା ଲାଗିଛି । କଟକଣା ଅନୁଯାୟୀ, ଖୋଲା ସ୍ଥାନ କିମ୍ବା ହୋଟେଲରେ ହୋଇପାରିବ ନାହିଁ ସେଲିବ୍ରେସନ । ସେହିପରି ହୋଟେଲ, ରେଷ୍ଟ୍ରୁରାଣ୍ଟ, ବାର୍, ରିସର୍ଟ, କ୍ଲବରେ ମଧ୍ୟ ସେଲିବ୍ରେସନ ଉପରେ କଟକଣା ଲାଗିଛି ।
ସେପଟେ, ଗତ ୨୪ ଘଣ୍ଟାରେ ଦେଶରେ ଓମିକ୍ରନରେ ସଂକ୍ରମିତ ହୋଇଛନ୍ତି ୯୬୧ ଜଣ । ଦିଲ୍ଲୀରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶର ରାଜଧାନୀରେ ନୂଆବର୍ଷ ଉତ୍ସବ ପାଳନ ଉପରେ ପ୍ରତିବନ୍ଧକ ଲାଗିଥିବା ବେଳେ ରାତି ୧୦ରୁ ସକାଳ ୫ ଯାଏଁ ନାଇଟ୍ କର୍ଫ୍ୟୁ ଲଗାଯାଇଛି । ବାର୍, ରେଷ୍ଟ୍ରୁରାଂଟ ଓ ପବ୍ଲିକ୍ ଟ୍ରାନ୍ସପୋର୍ଟ, ୫୦ ପ୍ରତିଶତ କ୍ଷମତାରେ ଚାଲିଛି । ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ଜରୁରୀ ସ୍ଥିତିକୁ ସାମନା କରିବା ପାଇଁ ବିଶେଷ ବ୍ୟବସ୍ଥା ଗ୍ରହଣ କରାଯାଉଛି ।

Comments (0)
Add Comment