ବାହୁଡା ପାଇଁ ପୁରୀରେ ଲାଗୁ ହେବ ୧୪୪ ଧାରା । ୧୯ ତାରିଖ ରାତି ୮ଟାରୁ ୨୧ ତାରିଖ ୮ଟା ଯାଏଁ କଟକଣା ଜାରି ରହିବ । । ବଡଦାଣ୍ଡରେ ଥିବା ହୋଟେଲ ଧର୍ମଶାଳା ୧୮ ସୁଦ୍ଧା ଖାଲି ପାଇଁ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ । ବଡଦାଣ୍ଡରେ ଥିବା ଘର ଛାତ, ବାଲକୋନିରେ ଠିଆ ହେବା ଉପରେ କଟକଣା ଲଗାଯାଇଛି ।
କରୋନା ମହାମାରୀ ଯୋଗୁଁ ଏଥର ରଥଯାତ୍ରା ବିନା ଭକ୍ତରେ ଅନୁଷ୍ଠିତ ହୋଇଛି । କେବେଳ ସେବାୟତ ମାନେ ହିଁ ରଥ ଟାଣିଛନ୍ତି । ରଥଯାତ୍ରା ପୂର୍ବ ଦିନରୁ ତା ପରଦିନ ଯାଏଁ ମଧ୍ୟ ପୁରୀ ସହରରରେ କଫ୍ୟୁ ଲଗାଯାଇଥିଲା । ଏହା ପରେ ଜନ୍ମବେଦୀରେ ମହାପ୍ରଭୁ ବିଜେ ପରେ କେବେଳ ଗୁଣ୍ଡିଚା ମନ୍ଦିର ସଂଲଗ୍ନ ଅଂଚଳରେ ୧୪୪ ଧାରା ଲାଗିଥିଲା ।