ବରିଷ୍ଠ ଆଇଏଏସ ବିନୋଦ କୁମାର ଚାକିରିରୁ ବିଦା

ଚାକିରିରୁ ବିଦା ହେଲେ ବରିଷ୍ଠ ଆଇଏଏସ ଅଧିକାରୀ ବିନୋଦ କୁମାର । ଦୁର୍ନୀତି ଅଭିଯୁକ୍ତିଙ୍କ ବିରୁଦ୍ଧରେ କଡା କାର୍ୟ୍ୟାନୁଷ୍ଠାନ । ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ବିନୋଦ କୁମାର । ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେବା ପରେ କାର୍ୟ୍ୟାନୁଷ୍ଠାନ ନିଆଯାଇଛି । ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ସମ୍ମତି ପ୍ରଦାନ କରିଛି କେନ୍ଦ୍ର ।
ବିନୋଦ କୁମାର ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଥିବା ବେଳେ କୋଟି କୋଟି ଟଙ୍କାର ଘୋଟାଲା କରିଥିଲେ। ମହାବାତ୍ୟା ହୋଇଥିବା ବେଳେ ବିଭିନ୍ନ ନକଲି ଫାର୍ମ ତଥା ବ୍ୟକ୍ତିଙ୍କ ପ୍ରତି ଅନୁଚିତ ଅନୁଗ୍ରହ ଦେଖାଇ ସେ ୩୩ କୋଟି ୩୪ ଲକ୍ଷ ଟଙ୍କା ବେଆଇନ ଭାବେ ମଂଜୁର କରିଥିଲେ। ଏଥିଯୋଗୁ ରାଜ୍ୟ ସରକାରଙ୍କର ବହୁ ଟଙ୍କା କ୍ଷତି ହୋଇଥିଲା।ଏନେଇ ଖୋଳତାଡ଼ ହେବା ପରେ ବିନୋଦଙ୍କ ବିରୋଧରେ ରାଜ୍ୟ ସରକାର ୨୭ଟି ଭିଜିଲାନ୍ସ କେସ୍ କରିଥିଲେ।

Comments (0)
Add Comment