ପାକିସ୍ତାନର ବିରୋଧୀ ଦଳ ନେତା ଶାହବାଜ୍ ସରିଫ୍ ଦେଶର ନୂଆ ପ୍ରଧାନମନ୍ତ୍ରୀ ନିଯୁକ୍ତ ହୋଇଛନ୍ତି। ପାକିସ୍ତାନର ୩ ଥରର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍ ସରିଫଙ୍କ ବଡ଼ ଭାଇ ତଥା ୭୦ ବର୍ଷୀୟ ଶାହବାଜ୍ ସରିଫ୍ ନୂଆ ରାଷ୍ଟ୍ର ମୁଖ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ସେ ଦେଶର ୨୩ତମ ପ୍ରଧାନମନ୍ତ୍ରୀ ହୋଇଛନ୍ତି।ପାକିସ୍ତାନର ନ୍ୟାସନାଲ ଆସେମ୍ବଲିରେ ନିର୍ବାଚିତ ହୋଇଛନ୍ତି ଶାହାବାଜ। ତାଙ୍କ ବିପକ୍ଷରେ ଇମ୍ରାନଙ୍କ ଦଳ ପିଟିଆଇ ପକ୍ଷରୁ ପ୍ରଧାନମନ୍ତ୍ରୀ ପଦ ପାଇଁ ଲଢ଼ୁଥିଲେ ଶାହ ମହମୁଦ କୁରେସି। ଯାହାଙ୍କୁ ହରାଇ ଶାହାବାଜ ବାଜିମାରି ନେଇଛନ୍ତି। ତେବେ ସୂଚନା ମୁତାବକ ସଂସଦରେ ଭୋଟିଂ ଚାଲିଥିବାବେଳେ ନିର୍ବାଚନ ବର୍ଜନ କରିଥିଲେ ପିଟିଆଇ ସାଂସଦ।
ଗତ ଶନିବାର ଇମ୍ରାନ୍ଙ୍କ ବିରୋଧରେ ଅନାସ୍ଥା ପ୍ରାସ୍ତାବ ଭୋଟ୍ ଆଗତ ହୋଇଥିଲା। ଏହି ଫ୍ଲୋର ଟେଷ୍ଟରେ ଇମ୍ରାନଙ୍କ ବିପକ୍ଷରେ ସର୍ବାଧିକ ଭୋଟ୍ ପଡ଼ିଥିଲା। ପାକିସ୍ତାନ ସଂସଦରେ ହୋଇଥିବା ଭୋଟ ଗ୍ରହଣରେ ଇମ୍ରାନଙ୍କ ବିରୋଧରେ ୧୭୪ ଜଣ ସଦସ୍ୟ ମତ ଦେଇଥିଲେ।ପାକିସ୍ତାନ ସଂସଦର ବାଚସ୍ପତି ପଦରୁ ଅସଦ୍ କ୍ୱାଶିର୍ ଇସ୍ତଫା ଦେବା ପରେ ଆୟଜ୍ ସିଦିକ୍ ଗୃହର କାମଚଳା ବାଚସ୍ପତି ଭାବେ ଅଧ୍ୟକ୍ଷତା କରିଥିଲେ। ଏଥିପାଇଁ ଏକ କମିଟି ଗଠନ ହୋଇ ସିଦ୍ଦିକ୍ଙ୍କ ନାମ ଚୟନ କରାଯାଥିଲା। ଅବିଶ୍ୱାସ ଭୋଟ୍ ସପକ୍ଷରେ ୧୭୪ ସଦସ୍ୟ ମତଦାନ କରିଥିଲେ। ଫଳରେ ଇମ୍ରାନ୍ଙ୍କ ବିରୋଧରେ ବହୁମତ ଆସିବା ପରେ ତାଙ୍କ ପ୍ରଧାନମନ୍ତ୍ରୀ ପଦ ଚାଲିଯାଇଥିଲା। ଭୋଟ୍ ଗ୍ରହଣ ପରେ ସିଦ୍ଦିକ୍ ଏହି ଘୋଷଣା କରିଥିଲେ । ଏହା ପରେ ବିରୋଧୀ ଦଳ ନେତା ଶାହବାଜ୍ ସରିଫ୍ ନୂଆ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି।