ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନ୍ ଗିରଫ । ମୁମ୍ବାଇରୁ ଗୋଆ ଯାଉଥିବା ଏକ ଲକ୍ସଜରୀ କ୍ରୁଜରେ ରେଭ୍ ପାର୍ଟି ଘଟଣାରେ ଗିରଫ ହୋଇଛନ୍ତି ବଲିଉଡର କିଙ୍ଗ୍ ଖାନ୍ ଶାହାରୁଖଙ୍କ ପୁଅ ଆର୍ୟାନ ଖାନ୍ । କର୍ଡେଲିଆ କ୍ରୁଜରେ ରେଭ ପାର୍ଟିରେ ଯୋଗଦେଇଥିଲେ ଆର୍ୟ୍ୟନ। ତେବେ ଆର୍ୟ୍ୟନ୍ଙ୍କୁ ଏନଡିପିଏସ ଆକ୍ଟରେ ଏନସିବି ଗିରଫ କରିଥିବା ସୂଚନା ମିଳିଛି। ମଝିଦରିଆରେ ଛଦ୍ମବେଶରେ ଏନସିବି କରିଥିଲା ରେଡ୍।
ପାର୍ଟିରୁ ଜବତ ହୋଇଥିଲା ଏମଡିଏମଏ, କୋକେନ, ମେଫେଡ୍ରୋନ ଓ ଚରସ। ଆର୍ୟ୍ୟନଙ୍କ ସହ ଅନ୍ୟ ୭ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି। ମୋଟ ୮ ଜଣଙ୍କୁ ଗିରଫ କରିଛି ଏନ୍ସିବି। ତେବେ ଜେରା ସମୟରେ ବ୍ୟାପକ ବୟାନ ରେକର୍ଡିଂ ପରେ ଏନ୍ସିବି ଗିରଫ କରିଥିବା ସୂଚନା ମିଳିଛି। ଲିଉଡ ଲିଙ୍କ୍ ନେଇ ଅଧିକ ଖୋଳତାଡ଼ ଆଗକୁ ହେବ ବୋଲି ଏନସିବି ମୁଖ୍ୟ କହିଛନ୍ତି । କାରଣ ଏହି ଡ୍ରଗ୍ସ ରେଭ୍ ପାର୍ଟି ଦ୍ୱାରା ଯୁବବର୍ଗ ଏହାପ୍ରତି ଆକର୍ଷିତ ହେଉଥିବାରୁ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଓଡ଼ିଆ ପୁଅ ତଥା ଏନସିବି ମୁଖ୍ୟ ସତ୍ୟନାରାୟଣ ପ୍ରଧାନ କହିଛନ୍ତି ।
ଅନ୍ୟପଟେ ବଲିଉଡର ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଅର୍ୟାନ୍ ଖାନଙ୍କୁ ପଚରାଉଚରା ବେଳେ ଆର୍ୟାନ କହିଥିଲେ କି, ମୋତେ କେବଳ ଜଣେ ଅତିଥି ଭାବେ ନିମନ୍ତ୍ରଣ ମିଳିଥିଲା ମୁଁ ସେଥିପାଇଁ ସାମିଲ ହୋଇଥିଲି । ଏଥିପାଇଁ ମୁଁ କୌଣସି ଟଙ୍କା ଦେଇନଥିବା କହିଛନ୍ତି ଶାହାରୁଖଙ୍କ ପୁଅ ।