କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବଡ଼ ନିଷ୍ପତି । ସାରା ରାଜ୍ୟରେ ଦିନ ୨ଟାରୁ ବନ୍ଦ ରହିବ ଦୋକାନ ବଜାର । ରାଜ୍ୟ ବ୍ୟବସାୟୀ ମହାସଂଘ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି । ଏନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି ବୋଲି ରାଜ୍ୟ ବ୍ୟବସାୟୀ ମହାସଂଘ ସଭାପତି ସୁଧାକର ପଣ୍ଡା କହିଛନ୍ତି ।
କାମ ଦେଉନି କଟକଣା । ନାଇଟ କର୍ଫ୍ୟୁ, ସପ୍ତାହାନ୍ତ ସଟଡାଉନ ପରେ ବି ନିୟନ୍ତ୍ରଣରେ ଆସୁନି ସଂକ୍ରମଣ । ତେଣୁ କରୋନା ସଂକ୍ରମଣ ଚେନ୍ ରୋକିବା ପାଇଁ ବ୍ୟବସାୟୀ ମହାସଂଘ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି । ମିଳିଥିବା ସୂଚନା ମୁତାବକ, ରାଜ୍ୟରେ କରୋନାର ସଂକ୍ରମଣ ବଢୁଥିବା ଦେଖି ବ୍ୟବସାୟୀ ମହାସଂଘ ଦିନ ୨ଟା ପରେ ଦୋକାନ ବଜାର ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି । ଯାହାକି ଆସନ୍ତା ୧୫ ତାରିଖ ଯାଏଁ କାର୍ୟ୍ୟକାରୀ ହେବ । ତେବେ ଏନେଇ ରାଜ୍ୟ ସରକାରଙ୍କ ପ୍ରସ୍ତାବ ଦିଆଯାଇଛି, ଆସନ୍ତାକାଲି ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯିବ ବୋଲି ବ୍ୟବସାୟୀ ମହାସଂଘ ପକ୍ଷରୁ କୁହାଯାଇଛି ।
ଅମାନିଆଙ୍କ ପାଇଁ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୦୦୦ ଅତିକ୍ରମ କରିଛି । ସେହିପରି ଦିନକରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି ।