ଭୁଲ କାହାର..ଦାୟୀ କିଏ?

କିଟ ଖରାପ ଯୋଗୁଁ ବୁର୍ଲା ଭିସୁଟରେ ଛାତ୍ରଛାତ୍ରୀଙ୍କ କରୋନା ରିପୋର୍ଟ ଭୁଲ ଆସିଥିବା ଜଣାପଡିବା ପରେ କିଟ ଯୋଗାଇଥିବା କମ୍ପାନୀକୁ ସୋ କଜ ନୋଟିସ । କରୋନା ଆଟିଂଜେନ କିଟ ସପ୍ଲାଏ କରୁଥିବା ସଂସ୍ଥାକୁ ରାଜ୍ୟ ଓøଷଧ ନିଗମ ସୋ କଜ୍ ନୋଟିସ କରିଛି । ୩ ଦିନ ମଧ୍ୟରେ କାରଣ ଦର୍ଶାୟ ନୋଟିସର ଉତର ଦେବାକୁ କୁହାଯାଇଛି । ତେବେ ଭୁଲ ରିପୋର୍ଟ ଯୋଗୁଁ ଭିସୁଟରେ କଟେଂନମେଂଟ ଜୋନ ଘୋଷଣା କରାଯାଇଥିବା ବେଳେ ଅଫଲାଇନ ପରୀକ୍ଷାକୁ ମଧ୍ୟ ସ୍ଥଗିତ କରାଯାଇଛି । ପରୀକ୍ଷା ସ୍ଥଗିତ ରହିବା ଫଳରେ ଛାତ୍ରଛାତ୍ରୀମାନେ ଚିନ୍ତିତ ହୋଇପଡିଛନ୍ତି । ଏଠି ପ୍ରଶ୍ନ ଉଠୁଛି, ଭୁଲ କାହାର? ଦାୟୀ କିଏ?

ଆଂଟିଜେନ କିଟ ଖରାପ ଥିବା ଜଣାପଡିବା ପରେ ହରିୟାଣା ଅମ୍ବାଲାର ଅଲପାଇନ୍ ବାୟୋମେଡିକାଲ୍ସ ପ୍ରାଇଭେଟ୍. ଲିମିଟେଡ୍ ଓ ଦିଲ୍ଲୀ ଓଖଲାର ଓସ୍କାର ମେଡିକେୟାର ପ୍ରାଇଭେଟ୍. ଲିମିଟେଡକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଏହି ୨ ସଂସ୍ଥା ଭୀମସାର ବୁର୍ଲାକୁ କରୋନା ଆଣ୍ଟିଜେନ୍ କିଟ୍ ଯୋଗାଇ ଥିଲେ । ଓସ୍କାର ମେଡିକେୟାର ପ୍ରାଇଭେଟ୍. ଲିମିଟେଡ୍ ଯୋଗାଇଥିବା କିଟର ବ୍ୟାଚ୍ ନମ୍ବର ହେଉଛି ଉଇଏ-ଊ୦୦୮ । ଅଲପାଇନ୍ ବାୟୋମେଡିକାଲ୍ସ ପ୍ରାଇଭେଟ୍. ଲିମିଟେଡ୍ ଯୋଗାଇଥିବା କିଟର ବ୍ୟାଚ୍ ନମ୍ବର ଖଉଙଠଏ-୪୧୨୨୦ ରହିଛି । ଏହି ଆଣ୍ଟିଜେନ୍ କିଟରେ ଭିସୁଟ୍ ଛାତ୍ରଛାତ୍ରୀଙ୍କ କରୋନା ଟେଷ୍ଟ କରାଯାଇଥିଲା । କିଟରେ ତ୍ରୁଟି ଥିବାରୁ ୨୫ ଜଣଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିଥିଲା । ହେଲେ ଆରଟିପିସିଆ ଟେଷ୍ଟ ପରେ ସମସ୍ତ ଛାତ୍ରଛାତ୍ରୀଙ୍କ ରିପୋର୍ଟ ନେଗେଟିଭ ଆସିଛି । ଅର୍ଥାତ ଭିସୁଟର କୌଣସି ଛାତ୍ର କରୋନା ସଂକ୍ରମିତ ନୁହଁନ୍ତି ।

ଭିସୁଟରେ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହେବା ଜଣାପଡିବା ପରେ ଭିସୁଟକୁ ସଟଡାଉନ୍ କରାଯିବା ସହ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଯାଞ୍ଚ ପରେ କିଟରେ ତ୍ରୁଟି ଥିବା ଜଣାପଡ଼ିବା ପରେ ରାଜ୍ୟ ଔଷଧ ନିଗମ କରୋନା ଆଣ୍ଟିଜେନ୍ କିଟ୍ ଯୋଗାଇ ଥିବା ୨ ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍ ଜାରି କରି ଜବାବ ମାଗିଛି ।

Comments (0)
Add Comment