ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ ସଂଶୋଧନକୁ କ୍ୟାବିନେଟ୍‌ର ମଞ୍ଜୁରୀ

ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ । ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ-୧୯୫୪ରେ ସଂଶୋଧନ କରିବାକୁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛି । ଏହାଦ୍ୱାରା ଜଗନ୍ନାଥ ମନ୍ଦିରର ସ୍ଥାବର ସମ୍ପତିକୁ ବିକ୍ରି, ଲିଜ ଓ ମଡଗେଜ ଆକାରରେ ହସ୍ତାନ୍ତର କରିବା ପାଇଁ ଏଣିକି ସରକାରଙ୍କ ଅନୁମୋଦନ ଆବଶ୍ୟକ ପଡିବ ନାହିଁ । ପୂର୍ବରୁ ଏଥିପାଇଁ ରାଜ୍ୟ ସରକାରଙ୍କ ଅନୁମୋଦନ ଆବଶ୍ୟକ ପଡୁଥିଲା ।
ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ ୧୯୫୪ ସଂଶୋଧନ ସମ୍ପର୍କିତ ପ୍ରସ୍ତାବ ଉପରେ ବାଜିଲା ରାଜ୍ୟ କ୍ୟାବିନେଟ୍‌ ମୋହର । ଜାରି ହୋଇଛି ଅଧ୍ୟାଦେଶ । ଏହାଦ୍ୱାରା ପରିଚାଳନା କମିଟିରେ ଅଧୀନରେ ଥିବା ସ୍ଥାବର ସମ୍ପତ୍ତି, ଜମିବାଡିର ମାଲିକାନା ସ୍ୱତ୍ତ୍ୱ ପରିବର୍ତ୍ତନ ହୋଇପାରିବ । ମାଲିକାନା ସ୍ୱତ୍ତ୍ୱ ପରିବର୍ତ୍ତନ ଓ ତୁରନ୍ତ ଫୈସଲା ପାଇଁ କାର୍ୟ୍ୟକାରୀ ହେବ ।
ଅଧ୍ୟାଦେଶ ଅନୁସାରେ, ଏଣିକି ଜଗନ୍ନାଥ ଜମିକୁ ଅଧିକୃତ ପ୍ରଜାଙ୍କୁ ବିକିବାକୁ ଆଉ ଦରକାର ପଡିବ ନାହିଁ ଅନୁମତି । ଏପିରିକି ରାଜ୍ୟ ସରକାରଙ୍କ ଅନୁମତି ମଧ୍ୟ ଦରକାର ନାହିଁ । ପୂର୍ବ ନିୟମ ଅନୁସାରେ ଶ୍ରୀମନ୍ଦିର ଅଧିନରେ ଥିବା ଜମି ବିକ୍ରି ଓ ଲିଜ୍‌ ପାଇଁ ଅନୁମତି ଦରକାର ହେଉଥିଲା । କିନ୍ତୁ ଆଜିର ଏହି ଅଧ୍ୟାଦେଶ ବଳରେ ସବୁ କ୍ଷେତ୍ରରେ ଆଉ ଅନୁମତି ଦରକାର ହେବ ନାହିଁ । ନିର୍ଦ୍ଦିଷ୍ଟ ଅଧିକାରୀ ହସ୍ତାନ୍ତରୀକରଣ କ୍ଷମତା ପାଇବେ ।

Comments (0)
Add Comment