ବିନା ଭକ୍ତରେ ମହାପ୍ରଭୁ ଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ଯାତ୍ରା

ଚଳିତ ବର୍ଷ ବିନା ଭକ୍ତରେ ହେବ ମହାପ୍ରଭୁ ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା । ବିଏମସି ଶୀତଳ ଷଷ୍ଠୀ ଯାତ୍ରାକୁ ଅନୁମତି ଦେବା ସହ ନିର୍ଦ୍ଦେଶନାମା ଜାରି କରିଛି, କିନ୍ତୁ ଏଥିରେ କେହି ଭକ୍ତ ସାମିଲ ହେବେ ନାହିଁ । ଅଳ୍ପ ସେବାୟତଙ୍କ ନେଇ ଯାତ୍ରା କରାଯିବ । ୭ ଜଣି‌ଆ ସେବାୟତଙ୍କ ତାଲିକା ପ୍ରସ୍ତୁତ କରି ମନ୍ଦିର ପ୍ରଶାସନ ବିଏମ୍‌ସିକୁ ଜଣାଇବ ।

ଲିଙ୍ଗରାଜ ମନ୍ଦିରରେ ଶିବ ବିବାହ ଓ ଶୀତଳ ଷଷ୍ଠୀ ଉତ୍ସବ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ବିନା ପାଳନ ହେବ । ଉତ୍ସବରେ ଟେଂଟ ଲଗା ଯାଇପାରିବ ନାହିଁ, ମାଇକ୍ ବାଜିବ ନାହିଁ କି ବାଣ ଫୁଟିବ ନାହିଁ ବୋଲି କହିଛି ବିଏମସି । ଉତ୍ସବ ପୂର୍ବରୁ ଓ ପରେ ଭଲ ଭାବେ ମନ୍ଦିର ପରିସରକୁ ସାନିଟାଇଜ୍ କରାଯିବ । ଯେଉଁ ୭ ଜଣ ସେବାୟତ ନୀତିକାନ୍ତି ପାଳନ କରିବେ, ସେମାନଙ୍କର କରୋନା ପରୀକ୍ଷା କରାଯିବ ।

ସେପଟେ ଆଜିଠୁ ଶ୍ରୀମନ୍ଦିର ଭିତରେ ଚନ୍ଦନ ନୀତି ଆରମ୍ଭ ହେବ । ୪୨ ଦିନ ବ୍ୟାପୀ ଚନ୍ଦନଯାତ୍ରାର ଦ୍ୱିତୀୟ ପର୍ୟ୍ୟାୟ ଆଜିଠୁ ଆରମ୍ଭ ହେବ । ୨୧ ଦିନ ବାହାର ଚନ୍ଦନ ଯାତ୍ରା ସରିବା ପରେ ଶ୍ରୀମନ୍ଦିର ଭିତରେ ଚନ୍ଦନ ନୀତି ହେବ । ଜାତ ଭୋଗ ସହ ମଧ୍ୟାହ୍ନ ଧୂପ ଏକାଠି ଉଠିବ । ଜାତ ଭୋଗ ପରେ ମଦନମୋହନ ଓ ମା’ଲକ୍ଷ୍ମୀ ଜଳକ୍ରୀଡ଼ା ମଣ୍ଡପକୁ ବିଜେ କରିବା ପରେ ଜଳକ୍ରୀଡ଼ା ନୀତି ସମାପନ କରାଯିବ। ଭିତର ଚନ୍ଦନ ଯାତ୍ରାରେ ୪ଟି ଜଳକ୍ରୀଡ଼ା ନୀତି ସମ୍ପନ୍ନ ହୋଇଥାଏ।

Comments (0)
Add Comment