ବାଇ-ଲ’କୁ ନେଇ ସୌମ୍ୟଙ୍କ ବଡ଼ ବୟାନ: ମାଟି ଆଗ ନା ପାର୍ଟି ଆଗ?


ଏକାମ୍ର କ୍ଷେତ୍ରରେ ବାଇ-ଲ’ ପ୍ରସଙ୍ଗକୁ ନେଇ ବିବାଦ ଲାଗିରହିଥିବା ବେଳେ ଏନେଇ ମନ୍ତବ୍ୟ ଦେଇଛନ୍ତି ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ । ମାଟି ଆଗ କି ପାର୍ଟି ଆଗ ତାହା ବିଜେପି ଦଳ ଚିନ୍ତା କରିବା ଦରକାର । ନିଜ ନିଜର ଭାବମୂର୍ତି, ଭିର୍ତିଭୂମୀ ଓ ଜନଧାର ବଢାଇବା ପାଇଁ ଠାକୁରଙ୍କୁ ମଧ୍ୟ ରାଜନୈତିକ ପରିବେଶ ମଧ୍ୟକୁ ଟାଣିବାକୁ ନେତାମାନେ ସଂକୋଚ କରୁନାହାନ୍ତି ବୋଲି କହି ବିଜେପିକୁ ଟାର୍ଗେଟ କରିଛନ୍ତି ସୌମ୍ୟ ।
ଏକାମ୍ର କ୍ଷେତ୍ର ବାଇ-ଲ’ ପ୍ରସଙ୍ଗରେ ରାଜନୀତି ହେବା ଉଚିତ ନୁହେଁ । ମାଟି ଆଗ କି ପାର୍ଟି ଆଗ ତାହା ଚିନ୍ତା କରିବା ଦରକାର ବିଜେପି ଦଳ । ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ବାଇ-ଲ ପ୍ରସଙ୍ଗରେ ଆଜି ଏଭଳି ପ୍ରତିକ୍ରିୟା ରଖିଛନ୍ତି । ମାଟି ବଡ଼ କି ପାର୍ଟି ବଡ ସେ ନେଇ ଚିନ୍ତା କରିବାକୁ ସେ କହିଛନ୍ତି । କିଛି ପ୍ରସଙ୍ଗ ଏପରି ଅଛି, ଯେଉଁଠି ପାର୍ଟି କିଛି ମାନେ ରହେ ନାହିଁ । ମାଟି ସବୁଠାରୁ ବଡ଼ ହେବା ଦରକାର । ବିଜେପି ଏବିଷୟରେ ଅଧିକ ଚିନ୍ତା କରିବା ଦରକାର ବୋଲି କହିଛନ୍ତି ସୌମ୍ୟରଂଜନ ।
ସୌମ୍ୟରଂଜନ କହିଛନ୍ତି, ସରକାର କଣ ହଠାତ ଶ୍ରୀକ୍ଷେତ୍ର ଓ ଏକାମ୍ର କ୍ଷେତ୍ରର ବିକାଶ କଲେ? କେନ୍ଦ୍ର ସରକାର କଣ ଏକଥା ଆଗରୁ ଜାଣିପାରିଲେ ନାହିଁ ? ନିର୍ବାଚନ ପରଠୁ ରାଜ୍ୟ ସରକାର ମନ୍ଦିର ସଂସ୍କାର କଥା ଚିନ୍ତା କଲେ । ତେବେ ଆମେ କଣ ମନ୍ଦିର ଭାଙ୍ଗିଦେବୁ?ଏସଆଇ ନାହିଁ କି ଏବେ ବୋଲି ସେ ପ୍ରଶ୍ନ କରିଛନ୍ତି । ବାଇ-ଲର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ସୌମ୍ୟରଂଜନ । ଏହା ସହ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ସୌମ୍ୟରଂଜନ । କହିଛନ୍ତି ଶ୍ରେୟ ନେବା ପାଇଁ କଂଟା ବାଡ ପକାଇ କଳି କରିବା ଦରକାର ନାହିଁ । ଏହା ସହ ସୌମ୍ୟରଂଜନ କହିଛନ୍ତି, ଅପରାଜିତା ଷଡଙ୍ଗୀ, ପ୍ରତାପ ଷଡଙ୍ଗୀ ଓ ଧର୍ମେନ୍ଦ୍ର ପ୍ରଧାନ ଅଲଗା ଅଲଗା କଥା କହୁଛନ୍ତି । ଯେଉଁଥି ପାଇଁ ଭୁଲ ବୁଝାମଣା ହେଉଛି । ଦଳ ଭିତରେ ଆଗ ନିଜ ନିଜ ଭିତରେ ବୁଝାମଣା ଠିକ ରଖିବାକୁ ପରାମର୍ଶ ଦେଇଛନ୍ତି ସୌମ୍ୟରଂଜନ । ସେପଟେ ଏକାମ୍ର କ୍ଷେତ୍ରରୁ ବାଇ-ଲ’ ପ୍ରତ୍ୟାହାର ନେଇ ସାରା ରାଜ୍ୟରେ ମନ୍ଦିରରେ ସେବାୟତ ମାନେ ଘଂଟାବଜାଇ ପ୍ରତିବାଦ ଜଣାଇଛନ୍ତି ।

Comments (0)
Add Comment