ହାଇକୋର୍ଟରେ ପହଞ୍ଚିଲା ଏସିaଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା । ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ପିଟିସନ୍ ଦାଖଲ ହୋଇଛି । ସିବିଆଇ କିମ୍ବା ଏସଆଇଟି ତଦନ୍ତ ପାଇଁ ହାଇକୋର୍ଟରେ ଦାବି ହୋଇଛି ।
ହାଇକୋର୍ଟଙ୍କ ତତ୍ୱାବଧାନରେ ସ୍ୱାଧୀନ କମିଟି ଦ୍ୱାରା ତଦନ୍ତ କରାଇବା ପାଇଁ ଦାବି ହୋଇଛି । ହାଇକୋର୍ଟରେ ଦାଖଲ ରିଟ୍ ପିଟିସନରେ ୬ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି । କେନ୍ଦ୍ର ଗୃହ ସଚିବ, ରାଜ୍ୟ ମୁଖ୍ୟ ଶାସନ ସଚିବ, ରାଜ୍ୟ ଗୃହ ସଚିବ, ଡିଜିପି , ଗଜପତି ଏସ୍ପି ଓ ପାରଳାଖେମୁଣ୍ଡି ଆଇଆଇସିଙ୍କୁ ଏଥିରେ ପକ୍ଷଭୁକ୍ତ କରା ଯାଇଛି ।
ଗତକାଲି ସୌମ୍ୟରଂଜନଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିିଥିଲା । ସୌମ୍ୟଙ୍କ ଶରୀର ୯୫% ପୋଡିଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଥିଲା । ଶରୀରରୁ କିରୋସିନ ଗନ୍ଧ ଆସୁଥିଲା । ପୋଷ୍ଟମର୍ଟମର ୬ ଘଂଟା ପୂର୍ବରୁ ସୌମ୍ୟଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି ।