ବିଧାନ ପରିଷଦ ସଂକଳ୍ପ ପ୍ରସଙ୍ଗରେ କେନ୍ଦ୍ରକୁ ୨ଟି ଚିଠି ଲେଖିଲେ ବାଚସ୍ପତି

ବିଧାନ ପରିଷଦ ପ୍ରସଙ୍ଗରେ କେନ୍ଦ୍ରକୁ ଦୁଇଟି ଚିଠି ଲେଖିଛନ୍ତି ବାଚସ୍ପତି । ପ୍ରଥମ ଚିଠିରେ ୨୦୧୮ ର ଦିଆଯାଇଥିବା ସମସ୍ତ ତଥ୍ୟକୁ ସଂଲଗ୍ନ କରି ପଠା ଯାଇଛି । ଦ୍ଵିତୀୟ ଚିଠିଟି କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ଲେଖିଛନ୍ତି ବାଚସ୍ପତି । ଏଥିରେ ବାଚସ୍ପତି ଉଲେଖ କରିଛନ୍ତି ଯେ ୨୦୧୮ ରେ ବିଧାନସଭା ପକ୍ଷରୁ ଦିଆଯାଇଥିବା ଚିଠି ବିଭାଗ ନିକଟରେ କିପରି ପହଞ୍ଚିନାହିଁ ସେ ସଂକ୍ରାନ୍ତରେ ଅନୁଧ୍ୟାନ କରିବା ପାଇଁ ଅନୁରୋଧ କରିଛନ୍ତି ବାଚସ୍ପତି ।
ଏହାପୂର୍ବରୁ ଓଡିଶାରେ ବିଧାନ ପରିଷଦ ଗଠନ ପ୍ରସଙ୍ଗରେ କେନ୍ଦ୍ର ଆଇନ ମନ୍ତ୍ରୀ ଗୃହରେ ଉତର ରଖି କହିଥିଲେ, ଓଡିଶା ତରଫରୁ କୌଣସି ଔପଚାରିକ ପ୍ରସ୍ତାବ ଆସିନାହିଁ ।
– ଏବେ ୬ଟି ରାଜ୍ୟରେ ବିଧାନ ପରିଷଦ କାର୍ୟ୍ୟ କରୁଛି
– ବିହାର, କର୍ଣ୍ଣାଟକ, ମହାରାଷ୍ଟ୍ର, ତେଲେଙ୍ଗାନା, ଉତରପ୍ରଦେଶରେ ବିଧାନପରିଷଦ ଅଛି
– ଆସାମ, ରାଜସ୍ଥାନ, ପଶ୍ଚିମବଙ୍ଗ ବିଧାନ ପରିଷଦ ପାଇଁ ପ୍ରସ୍ତାବ ପାରିତ କରିଛନ୍ତି
କେନ୍ଦ୍ରମନ୍ତ୍ରୀଙ୍କ ଏହି ଉତର ଦୁଇଟି ବିବାଦୀୟ ଦିଗକୁ ସାମ୍ନାକୁ ଆଣିଥିଲା । ରାଜ୍ୟର ସଂକଳ୍ପ ସଂକ୍ରାନ୍ତରେ କେନ୍ଦ୍ର ପାଖରେ ସତରେ ଖବର ନାହିଁ ନା ବିଧାନସଭାରେ ସର୍ବସମ୍ମତି କ୍ରମେ ପାରିତ ହୋଇଥିବା ସଂକଳ୍ପ ରାଜ୍ୟର କେବଳ ଏକ ନିର୍ବାଚନୀ ଧୂଆଁବାଣ ଥିଲା?

Comments (0)
Add Comment