ଆସନ୍ତାକାଲି ଅର୍ଥାତ ଜାନୁଆରୀ ୨୬ ତାରିଖରେ ସାରା ଦେଶ ପାଳିବାକୁ ଯାଉଛି ଗଣତନ୍ତ୍ର ଦିବସ ।ଗଣତନ୍ତ୍ର ଦିବସ ପାଳନ ନେଇ ଗାଇଡଲାଇନ୍ ଜାରି କଲେ ଏସଆରସି ।କୋଭିଡ୍ କାଳରେ ଏଥିପାଇଁ କିଛି କଟକଣା ଜାରି କରାଯାଇଛି ।ଜିଲ୍ଲା, ବ୍ଲକ୍ ଓ ପଞ୍ଚାୟତ ସ୍ତରରେ ଗଣତନ୍ତ୍ର ଦିବସ ପୂର୍ବରୁ ଜାରି କରାଯାଇଥିବା ଗାଇଡଲାଇନ୍ ଅନୁସାରେ ପାଳନ ହେବ । ତା ସହିତ ବ୍ୟକ୍ତିଗତ ସ୍ତରରେ କେବଳ ୫ ଜଣ ଲୋକଙ୍କୁ ଏକାଠି କରି ଏଥର ଗଣତନ୍ତ୍ର ଦିବସ ପାଳନ କରିପାରିବେ ଦେଶବାସୀ ।ସେହିପରି ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ମଧ୍ୟ କୋଭିଡ୍ ଗାଇଡଲାଇନକୁ ପାଳନ କରାଯାଇ ଗଣତନ୍ତ୍ର ଦିବସ ପାଳନ ହେବ । ଏହି କାର୍ୟ୍ୟକ୍ରମରେ କେବଳ ୧୦ ଜଣ ଲୋକ ଯୋଗ ଦେଇପାରିବେ ।ଏହି ସମୟରେ ମାସ୍କ ପରିଧାନ, ସାମାଜିକ ଦୂରତା ପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।