ଶ୍ରୀମନ୍ଦିରରେ ଆଜି ଖସାପଡ଼ା ନୀତି : ୪ଟାରୁ ବନ୍ଦ ରହିବ ଦର୍ଶନ

ଶ୍ରୀମନ୍ଦିରରେ ଆଜି ଖସାପଡ଼ା ନୀତି । ଏହି ଉପଲକ୍ଷେ ଅପରାହ୍ନ ୪ରୁ ଭକ୍ତଙ୍କ ଦର୍ଶନ ବନ୍ଦ ରହି ନୀତିକାନ୍ତି ଆରମ୍ଭ ହେବ । ଏଥିପାଇଁ ସ୍ୱତନ୍ତ୍ର ନୀତିକାନ୍ତି ଚୂଡାନ୍ତ ହୋଇଛି । ଚୈତ୍ର ଶୁକ୍ଳ ତୃତୀୟା ତିଥିରେ ଶ୍ରୀଜିଉଙ୍କ ଖସାପଡ଼ା ଲାଗି ନୀତି ଅନୁଷ୍ଠିତ ହେବ ।
ଦ୍ୱିତୀୟ ଭୋଗ ମଣ୍ଡପ ପରେ ଅର୍ଥାତ ଅପରାହ୍ନ ୪ଟାରୁ ରାତି ୮ଟା ପର୍ୟ୍ୟନ୍ତ ଏହି ନୀତିକାନ୍ତି ଅନୁଷ୍ଠିତ ହେବ । ଏହି ନୀତି ଦଇତାପତି ସେବକମାନଙ୍କ ଦ୍ୱାରା ସମ୍ପାଦିତ ହେବ । ଅପରାହ୍ଣ ୪ଟାରେ ଏହି ସେବା ପାଇଁ ଦଇତାପତିମାନେ ପ୍ରବେଶ କରିବେ ।

Comments (0)
Add Comment