ଶ୍ରୀମନ୍ଦିର ପାଇଁ ୨୦୨ କୋଟି ଟଙ୍କାର ବଜେଟ । ଶ୍ରୀମନ୍ଦିରର ୨୦୨୧ – ୨୦୨୨ ବର୍ଷର ଆର୍ଥିକ ବର୍ଷ ପାଇଁ ୨୦୨ କୋଟି ଟଙ୍କା ବଜେଟ ପ୍ରସ୍ତୁତ ହୋଇଛି । ଶ୍ରୀମନ୍ଦିର ଅର୍ଥ ସବ କମିଟି ଏହି ବଜେଟ ପ୍ରସ୍ତୁତ କରିଛି । ଆସନ୍ତା ବର୍ଷ ସୁଦ୍ଧା ଶ୍ରୀମନ୍ଦିର ପାଣ୍ଠି ୭୫୦ କୋଟିକୁ ବୃଦ୍ଧି କରାଯିବା ଲକ୍ଷ୍ୟ ରହିଛି। ୨୦୨୩ ରଥ ପୂର୍ବରୁ ଶ୍ରୀମନ୍ଦିର ପାଣ୍ଠି ୧ ହଜାର କୋଟି ପାଇଁ ଟାର୍ଗେଟ ରଖାଯାଇଛି।
ରଥଯାତ୍ରା ପାଇଁଁ ୧୧ କୋଟି ବ୍ୟୟ ବରାଦ ହୋଇଥିବା ବେଳେ ସେବାୟତ ଚିକିତ୍ସାଙ୍କ ସୁରକ୍ଷା ପାଇଁ୫୦ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି । ସେବାୟତଙ୍କ ସହାୟତା ପାଇଁ ୫ କୋଟି ବ୍ୟୟବରାଦ ହୋଇଛି । ଏଥି ସହିତ ଗୁରୁକୁଳ ସ୍କୁଲ ପ୍ରତିଷ୍ଠା ପାଇଁ ସ୍ୱତନ୍ତ୍ର ବ୍ୟୟ ବରାଦ କରାଯାଇଛି ।
ଚଳିତ ଆର୍ଥିକ ବର୍ଷରେ ପଥର କ୍ୱାରୀରୁ ୧୦ କୋଟି ଆଦାୟ ହେବା ନେଇ ଯୋଜନା ରହିଥିବା ବେଳେ ଏବେ ଶ୍ରୀମନ୍ଦିର ପାଣ୍ଠି ପ୍ରାୟ ୬୫୦ କୋଟିରୁ ଅଧିକ ରହିଛି। ଖଣି ଖାଦନରୁ ୧୦ କୋଟିରୁ ଅଧିକ ରାଜସ୍ୱ ସଂଗ୍ରହ କରାଯିବ। ଭକ୍ତଙ୍କ ଦାନ ଅର୍ଥ ବଢ଼େଇବା ପାଇଁ ବ୍ୟବସ୍ଥା କରାଯାଇଛି । ତେବେ ୨ଟି ଧର୍ମଶାଳା କାମ ପ୍ରାୟ ଶେଷ ହୋଇଥିବା ବେଳେ ଆଉ ଗୋଟିଏ ନୂଆ ଭକ୍ତ ନିବାସ ପ୍ରତିଷ୍ଠା କରାଯିବ । ଅନ୍ୟ ଏକ ନୂଆ ଭକ୍ତ ନିବାସ ଉଦ୍ଦେଶ୍ୟରେ ସ୍ଥାନ ନିରୂପଣ ସନ୍ଧାନ କରାଯାଉଛି। ବଡଦାଣ୍ଡ ଓ ଶ୍ରୀମନ୍ଦିର ଭିତରେ ସୁରକ୍ଷା ପାଇଁ କଡା ପଦକ୍ଷେପ ନିଆଯିବ। ଏନଏସଜିକୁ ସୁରକ୍ଷା ବ୍ୟବସ୍ଥା ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ତିନିଟି ପ୍ରସ୍ତାବ ଉପରେ ଅବଗତ କରାଯିବ ।
ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ୟ୍ୟାଳୟରେ ବସିଥିବା ଅର୍ଥ ସବକମିଟି ବୈଠକ ପରେ ଶ୍ରୀମନ୍ଦିର ମୂଖ୍ୟ ପ୍ରଶାସକ କ୍ରିଷନ କୁମାର ଏନେଇ ସୂଚନା ଦେଇଛନ୍ତି।