ଜଗନ୍ନାଥ ଭକ୍ତଙ୍କ ପାଇଁ ଖୁସି ଖବର । ଗତ ୯ ମାସ ପରେ ଖୋଲିବ ଶ୍ରୀମନ୍ଦିର । ଡିସେମ୍ବର ୨୩ ଅର୍ଥାତ ଏଇ ମାସ ଶେଷ ସୁଦ୍ଧା ଶ୍ରୀମନ୍ଦିର ଖୋଲିପାରେ । ଏନେଇ ୨ ଦିନ ଭିତରେ ରାଜ୍ୟ ସରକାରଙ୍କୁ ସୁପାରିସ କରାଯିବ । ମାସ ଶେଷ ସୁଦ୍ଧା ମନ୍ଦିର ଖୋଲିଲେ ପ୍ରଥମେ ପୁରୀ ବାସୀଙ୍କୁ ଜଗା ଦର୍ଶନ ପାଇଁ ସୁଯୋଗ ଦିଆଯିବ । ଏହା ପରେ ଜାନୁଆରୀ ୩ ତାରିଖରୁ ବ୍ୟବସ୍ଥିତ ଢଙ୍ଗରେ ବାହାର ଲୋକ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିପାରିବେ ।
ଶ୍ରୀମନ୍ଦିର କେବେ ଖୋଲିବ ସେ ନେଇ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଛତିଶାନିଯୋଗ ବୈଠକ ବସିଥିଲା । ଏଇ ମାସ ଶେଷ ସୁଦ୍ଧା ମନ୍ଦିର ଖୋଲିବା ନେଇ ନିଷ୍ପତି ହୋଇଥିଲେ ମଧ୍ୟ ଜାନୁଆରୀ ୩ରୁ ପୁରୀ ବାହାର ଲୋକ ଜଗା ଦର୍ଶନ କରିପାରିବେ । ରଥଯାତ୍ର, ନାଗାର୍ଜୁନ ବେଶ ସବୁଥିରେ ପୁରୀବାସୀ ସହଯୋଗ କରିଥିବାରୁ ସେମାନେ ପ୍ରଥମେ ସୁଯୋଗ ଦିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର । ଥମ ସପ୍ତାହରେ ଦୈନିକ ୫ ହଜାର ଲୋକଙ୍କ ଲାଗି ଦର୍ଶନ ବ୍ୟବସ୍ଥା କରାଯିବ । ପରେ ସ୍ଥିତିକୁ ଦେଖି ଶ୍ରଦ୍ଧାଳୁଙ୍କ ସଂଖ୍ୟା ବୃଦ୍ଧି କରାଯିବ ।
ଦୁଇ ମାସ ମଧ୍ୟରେ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦର୍ଶନ ବ୍ୟବସ୍ଥା ସାଧାରଣ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ତେବେ, ସମସ୍ତ ଶ୍ରଦ୍ଧାଳୁଙ୍କ ଲାଗି ମହାପ୍ରସାଦ ବ୍ୟବସ୍ଥା କରାଯିବ । କୋଭିଡ୍ କଟକଣା ମଧ୍ୟରେ ଜଗା ଦର୍ଶନ ପାଇଁ ଏସଓପି ଜାରି ହେବ । ୬୫ ବର୍ଷରୁ ଅଧିକ ବୟସ୍କ ଓ ଛୋଟ ଛୁଆଙ୍କୁ ମନ୍ଦିର ନଆସିବା ଲାଗି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅନୁରୋଧ କରିଛନ୍ତି ।