ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ କଠୋର ହୋଇଛନ୍ତି ସରକାର । କରୋନା ସଂକ୍ରମଣରେ ରୋକିବା ପାଇଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର। ଏଣିକି ଛତିଶଗଡ଼କୁ ସମସ୍ତ ପ୍ରକାର ଗାଡ଼ି ଚଳାଚଳ ବନ୍ଦ ପାଇଁ ନିର୍ଦ୍ଦେଶ ନିଆଯାଇଛି। ଛତିଶଗଡ଼କୁ କୌଣସି ଗାଡ଼ି ଯାଇପାରିବ ନାହିଁ କି ଆସିପାରିବ ନାହିଁ।
ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଏପ୍ରିଲ ୩୦ ଯାଏଁ ଛତିଶଗଡକୁ ଯାତାୟତ ଉପରେ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ଉଭୟ ରାଜ୍ୟକୁ ଯାତାୟତ ଉପରେ ରୋକ ଲଗାଯାଇଛି । ଉଭୟ ରାଜ୍ୟର ସୀମାରେ ଚେକିଂ କଡାକଡି କରାଯିବ । ଏ ନେଇ ନୂଆ ଗାଇଡ୍ଲାଇନ୍ ଜାରି କରିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିସନର ।
ଏପ୍ରିଲ ୧୦ରୁ ୩୦ ତାରିଖ ପର୍ୟ୍ୟନ୍ତ ପବ୍ଲିକ ଟ୍ରାନ୍ସପୋର୍ଟ ବନ୍ଦ ରହିବ। ଆଦେଶକୁ କଡ଼ାକଡ଼ି ପାଳନ ପାଇଁ ପରିବହନ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବର୍ଡର ଚେକ୍ପୋଷ୍ଟ କଡ଼ା କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତେକ୍ପୋଷ୍ଟ ଦେଇ ଆସୁଥିବା ଲୋକ ନେଗେଟିଭ ରିପୋର୍ଟ ଦେଖାଇବା ଜରୁରୀ। ନେଗେଟିଭ ରିପୋର୍ଟ ବା ଟିକା ସାର୍ଟିଫିକେଟ ନଥିଲେ ୭ ଦିନ କ୍ୱାରେଣ୍ଟାଇନ୍ରେ ରହିବାକୁ ବାଧ୍ୟ। ୧୦ ତାରିଖ ଠାରୁ ଛତିଶଗଡ଼କୁ ସବୁ ପ୍ରକାର ଟ୍ରେନ ବନ୍ଦ। ଛତିଶଗଡ଼ରୁ ବା ଛତିଶଗଡ଼ ଦେଇ ଆସୁଥିବା ସବୁ ଟ୍ରେନ ବନ୍ଦ। ଏନେଇ ରେଲୱେ ବୋର୍ଡ ଅଧ୍ୟକ୍ଷଙ୍କୁ ମୁଖ୍ୟ ସଚିବ ଚିଠି ଲେଖିଛନ୍ତି। ପରବର୍ତ୍ତୀ ଆଦେଶ ପର୍ୟ୍ୟନ୍ତ ନିର୍ଦ୍ଦେଶ କାର୍ୟ୍ୟକାରୀ କରାଯିବ।
ଏଣିକି ଅନ୍ୟ ରାଜ୍ୟରୁ ଓଡିଶା ଆସିଲେ ଆରଟି-ପିସିଆଇ ଟେଷ୍ଟ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ବିନା ରିପୋର୍ଟରେ ୭ଦିନ ପାଇଁ କ୍ବାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ କରାଯାଇଛି ।