ଓଡିଶାରେ ବ୍ଲାକ୍ ଫଙ୍ଗସକୁ ମହାମାରୀ ଘୋଷଣା

କରୋନା ମହାମାରୀ ସଂକ୍ରମଣ ମଧ୍ୟରେ ‘ବ୍ଲାକ ଫଙ୍ଗସ୍‌’କୁ ମହାମାରୀ ଘୋଷଣା କଲେ ରାଜ୍ୟ ସରକାର । ମହାମାରୀ ବ୍ୟାଧି ଆଇନ ୧୯୮୭ ଅନୁଯାୟୀ, ପ୍ଲାକ୍ ଫଙ୍ଗସକୁ ମହାମାରୀ ଘୋଷିତ କରାଯାଇଛି। ବ୍ଲାକ ଫଙ୍ଗସ୍‌’କୁ ମହାମାରୀ ଘୋଷଣା କରାଯାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଛନ୍ତି। ପୂର୍ବରୁ ତେଲେଙ୍ଗାନା ଓ ରାଜସ୍ଥାନ ସରକାର ପ୍ଲାକ୍ ଫଙ୍ଗସକୁ ମହାମାରୀ ଘୋଷଣା କରିଛନ୍ତି ।

କରୋନାରୁ ସୁସ୍ଥ ହେବା ପରେ ମଧ୍ୟ ଅନେକ ଲୋକ ବ୍ଲାକ ଫଙ୍ଗସର ଶିକାର ହେଉଥିବା ଦେଖିବାକୁ ମିଳିଛି। ଏହି ରୋଗରେ ସଂକ୍ରମିତ ହେବା ପରେ ରୋଗୀଙ୍କର ଆଖି ନଷ୍ଟ ହୋଇଯାଉଛି । ଯାହାଙ୍କଠାରେ ରୋଗ ପ୍ରତିଷେଧକ ଶକ୍ତି କମ ରହିଛି, ସେହି ଲୋକଙ୍କଠାରେ ଏହି ରୋଗ ଦେଖିବାକୁ ମିଳିଛି। ଦିନକୁ ଦିନ ଦେଶରେ ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି।

କରୋନା ସଂକ୍ରମଣରେ ସବୁଠାରୁ ଆଗରେ ଥିବା ମହାରାଷ୍ଟ୍ରରେ ଏବେ ସଂକ୍ରମଣ ହାର କମିଥିବା ବେଳେ ବ୍ଲାକ ଫଙ୍ଗସ୍ ସଂକ୍ରମଣ ସରକାରଙ୍କ ଚିନ୍ତା ବଢାଇଛି । ବ୍ଲାକ ଫଙ୍ଗସ୍ ସଂକ୍ରମଣରେ ମହାରାଷ୍ଟ୍ରରେ ୯୦ ଜଣଙ୍କର ଜୀବନ ଯାଇଥିବା କଥା କୁହାଯାଇଛି । ଏହାସହ ୧୫୦୦ ରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Comments (0)
Add Comment