ଆସନ୍ତାକାଲିଠୁ ରାଜ୍ୟରେ କିପରି ରହିବ କରୋନା କଟକଣା ।ଅଗଷ୍ଟ ମାସ ପାଇଁ ଆଜି ଆସିବ ନୂଆ ଗାଇଡଲାଇନ୍ ।ଅପରାହ୍ନରେ ଅଗଷ୍ଟ ଗାଇଡଲାଇନ ବାବଦରେ ସୂଚନା ଦେବେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । କାଟାଗୋରୀ ବି ଜିଲ୍ଲାରେ କଟକଣା ଅଧିକ କୋହଳ ହେବା ଆଶା କରାଯାଉଛି ।ରାଜ୍ୟରେ ୨ପ୍ରତିଶତକୁ ଖସିଛି ପଜିଟିଭ ହାର । ହେଲେ ଦୈନିକ ସଂକ୍ରମଣ ଟ୍ରେଣ୍ଡ ୧୬ଶହରୁ ୧୮ଶହ ମଧ୍ୟରେ ରହୁଛି। ସେହିପରି ଟ୍ୱିନ୍ ସିଟିରେ ସଂକ୍ରମଣ ସ୍ଥିର ରହିଛି । ତେଣୁ ରାଜ୍ୟରେ ସଂପୂର୍ଣ୍ଣ ଅନଲକ୍ କରିବା ସମ୍ଭବ ନୁହେଁ । ପୂରା ଖୋଲିଲେ ସ୍ଥିତି ବିଗିଡି ଯାଇପାରେ ବୋଲି ଆଶଙ୍କା କରିଛି ସ୍ବାସ୍ଥ୍ୟ ବିଭାଗ ।
କଟକ, ଭୁବନେଶ୍ବର, ପୁରୀକୁ ଛାଡି ବି-କ୍ୟାଟେଗୋରୀର ଅନ୍ୟ ଜିଲ୍ଲାରେ କଟକଣା କୋହଳ କରାଯିବ । ନୂଆ ଗାଇଡଲାଇନରେ ଏ-କ୍ୟାଟେଗୋରୀର ୨୦ଟି ଜିଲ୍ଲାରେ ମଲ୍, ସିନେମା ହଲ୍, ମନ୍ଦିର ଓ ଧର୍ମସ୍ଥଳୀ ଖୋଲିବା ପାଇଁ ଅନୁମତି ଦିଆଯାଇପାରେ । ସେହିପରି ସ୍ବାଭାବିକ ଭାବେ ସକାଳୁ ରାତି ପର୍ୟ୍ୟନ୍ତ ସମସ୍ତ ଦୋକାନ ବଜାର ଖୋଲିବ । କିନ୍ତୁ କୋଭିଡ ନିୟମକୁ କଡାକଡି ଭାବେ ପାଳନ କରାଯିବ । ମେ ୫ରୁ ୧୯ ପ୍ରଥମ ପର୍ୟ୍ୟାୟ, ମେ ୧୯ରୁ ଜୁନ୍ ୧ ଦ୍ୱିତୀୟ ପର୍ୟ୍ୟାୟ, ୧ରୁ ଜୁନ୍ ୧୭ ଯାଏଁ ତୃତୀୟ ପର୍ୟ୍ୟାୟ ଲକଡାଉନ୍ ଜୁନ୍ ୧୭ରୁ ଜୁଲାଇ ୧ ସକାଳ ପର୍ୟ୍ୟନ୍ତ ଆଂଶିକ ଲକଡାଉନ୍। ତେବେ ୧ ପରେ କଣ ହେବ ? ଆଂଶିକ ଲକଡାଉନ୍ ବଳବତ୍ତର ରହିବ ନା ପୁରାପୁରି ଅନଲକ୍ ପ୍ରକ୍ରିୟାକୁ ଯିବେ ରାଜ୍ୟ ସରକାର? ଯଦି ଯିବେ କଣ ହେବ ଫର୍ମୁଲା? କେଉଁ କେଉଁ ଜିଲ୍ଲାରେ କଟକଣା କୋହଳ ହେବ, କେଉଁ ଜିଲ୍ଲାରେ ବଳବତ୍ତର ରହିବ।