ତୃତୀୟ ଲହର ଚିନ୍ତା

କରୋନାର ସମ୍ଭାବ୍ୟ ତୃତୀୟ ଲହର ପାଇଁ ଓଡ଼ିଶା ସରକାରଙ୍କ ଜୋରଦାର ପ୍ରସ୍ତୁତି । ଡିଏମଇଟି ନିର୍ଦ୍ଦେଶକ ସି.ବି.କେ ମହାନ୍ତି କହିଛନ୍ତି, ତୃତୀୟ ଲହର ପାଇଁ ପୂରା ପ୍ରସ୍ତୁତ ଅଛି ଓଡ଼ିଶା । ଏସଓପି ଜାରି ସହ ଭିତ୍ତିଭୂମି ପ୍ରସ୍ତୁତ ଅଛି ବୋଲି ଡିଏମ୍ଇଟି ସିବିକେ ମହାନ୍ତି କହିଛନ୍ତି । ଏବେବି ଅନେକ ଦେଶରେ ତୃତୀୟ ଲହର ଆସିନି। ଏବେଠାରୁ ଆତଙ୍କିତ ହେବାର ଆବଶ୍ୟକତା ନାହିଁ। ତୃତୀୟ ଲହର ରୋକିବାକୁ ରାଜ୍ୟ ସବୁ ପ୍ରକାର ପଦକ୍ଷେପ ନେଉଛନ୍ତି ବୋଲି ଡିଏମ୍ଇଟି କହିଛନ୍ତି ।

ତୃତୀୟ ଲହରରେ ଶିଶୁ ଅଧିକ ଆକ୍ରାନ୍ତ ହେବେ କି ନାହିଁ ଭିନ୍ନ ଭିନ୍ନ ଆକଳନ ହୋଇଛି। ଲୋକଙ୍କୁ ସଚେତନ କରାଯାଉଛି। ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ ବି ଚାଲିଛି। ଅଧିକ ଲୋକ ସଂକ୍ରମଣ ହେବା ଆଶଙ୍କା ଥିବାରୁ ଅଧିକ ବ୍ୟବସ୍ଥା ହୋଇଛି। କୋଭିଡ ନିୟମ ମାନିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଉଛି । ସେହିପରି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି, ତୃତୀୟ ଲହରରେ ଶିଶୁଙ୍କୁ କିଭଳି ଚିକିତ୍ସା ଯୋଗାଇ ଦିଆଯିବ ସେ ନେଇ ପ୍ରସ୍ତୁତ ରହିବାକ ୁକୁହାଯାଇଛି । ଶିଶୁଙ୍କ ପାଇଁ ୨୩୯୦ ବେଡ଼ ପ୍ରସ୍ତୁତ ରଖାଯାଇଛି । ଆଇସିୟୁ ମଧ୍ୟ ୬୧୦ଟି ରଖାଯାଇଛି । ଅକ୍ସିଜେନ ଏବଂ ମେଡିସିନ ମହଜୁଦ ଅଛି । ଶିଶୁଙ୍କ ଚିକିତ୍ସା ପାଇଁ ଟ୍ରେନିଂ କାମ ସରିଛି । ଜୁନ ଶେଷ ସପ୍ତାହରୁ ରାଜ୍ୟରେ ଦୈନିକ ୩ ଲକ୍ଷ ଟିକାକରଣ ପାଇଁ ଲକ୍ଷ ରହିଛି । ଆସନ୍ତା ସପ୍ତାହରେ ଆହୁରି ଟିକା ରାଜ୍ୟକୁ ଆସିବ ବୋଲି ନବ ଦାସ କହିଛନ୍ତି ।

Comments (0)
Add Comment