ବିନା ପରୀକ୍ଷାରେ ପାସ୍

ବିନା ପରୀକ୍ଷାରେ ପାସ୍ । କରୋନା ସଂକ୍ରମଣ ଏବେ ପୁଣି କଡ଼ ଲେଉଟାଇଲାଣି । ଏପଟେ ରାଜ୍ୟରେ ପ୍ରବଳ ଖରା ମଧ୍ୟ ଅନୁଭୂତ ହେଲାଣି । ଏହାକୁ ଦୃଷ୍ଟିରେ ବଡ଼ ନିଷ୍ପତି ନିଆଯାଇଛି । ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ଆଉ ସ୍କୁଲ ଖୋଲିବନି କି କ୍ଲାସ ହେବନି । ଗତବର୍ଷ ଭଳି ଏ ବର୍ଷ ବି ବିନା ପରୀକ୍ଷାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଯାଏଁ ସବୁ ଛାତ୍ରଛାତ୍ରୀମାନେ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବେ। ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀରରଂଜନ ଦାଶ ଏନେଇ ସୂଚନା ଦେଇଛନ୍ତି ।

ପ୍ରଥମରୁ ଅଷ୍ଟମ ଯାଏଁ ସବୁ ପିଲା ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ପାସ୍ ହେବେ ଓ ପରବର୍ତ୍ତୀ କ୍ଲାସ୍‌କୁ ଉତ୍ତୀର୍ଣ୍ଣ ହେବେ।ଏନେଇ ବିଧିବଦ୍ଧ ନିଷ୍ପତ୍ତି ନିଆଯାଇ ନ ଥିଲେ ବି ଆପାତତଃ ତାହା ସ୍ଥିର ହୋଇଥିବା କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ। ଗୋଟେ ପଟେ କରୋନା ସଂକ୍ରମଣ ଅନ୍ୟପଟେ ଖରାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଛି ।

କ୍ଲାସ ଚାଲିଥିବାରୁ ନବମ ପିଲାଙ୍କ ପରୀକ୍ଷା ଅଫଲାଇନରେ କରାଯିବ। ନୂଆ ଶିକ୍ଷାବର୍ଷ ଏପ୍ରିଲରୁ ଆରମ୍ଭ ହୋଇନପାରେ । ପ୍ରଚଣ୍ଡ ଖରା ଓ କରୋନା ଯୋଗୁ ଜୁନରେ ନୂତନ ଶିକ୍ଷା ବର୍ଷ ଆରମ୍ଭ ହୋଇପାରେ ବୋଲି କହିଛନ୍ତି ଗଣ ଶିକ୍ଷାମନ୍ତ୍ରୀ।

Comments (0)
Add Comment