ମିଶ୍ରିତ ଡୋଜ ଅଧିକ ପ୍ରଭାବଶାଳୀ

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହେଉଛି ମିଶ୍ରିତ ଡୋଜ୍ । କରୋନା ସଂକ୍ରମଣକୁ ରୋକିବାକୁ ଟିକାକରଣ ହିଁ ଏକମାତ୍ର ବିକଳ୍ପ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଏହି କାରଣରୁ କୋଭିଡ-୧୯ ଟିକାକୁ ନେଇ ଏବେ ବି ପରୀକ୍ଷା ଜାରି ରହିଛି । ଏହି କ୍ରମରେ ଅନ୍ୟ ଦେଶ ଭଳି ଭାରତରେ ବି ଟିକାର ମିଶ୍ରିତ ଡୋଜକୁ ନେଇ ପରୀକ୍ଷା ନିରୀକ୍ଷା ଜାରି ରହିଛି । ଏହି ପରୀକ୍ଷାକୁ ନେଇ ଇଣ୍ଡିଆନ କାଉଁସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) କହିଛି କି କୋଭାକ୍ସିନ ଓ କୋଭିସିଲ୍ଡର ମିଶ୍ରିତ ଖୋରାକ ସର୍ବାଧିକ ପ୍ରଭାବଶାଳୀ ।

ଆଇସିଏମଆର କହିଛି କି ଏଭଳି ମିଶ୍ରିତ ଡୋଜ ନେଉଥିବା ଲୋକଙ୍କ ଶରୀରରେ କରୋନା ସଂକ୍ରମଣର ସମ୍ଭାବନା କମ ରହୁଥିବା ବେଳେ ଶରୀରରେ ଅଧିକ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିଥାଏ । ଆଡେନୋଭାଇରସ୍ ଭେକ୍ଟର ପ୍ଲାଟଫର୍ମ ଆଧାରରେ ଦୁଇଟି ଟିକାର ମିଶ୍ରଣ ପରେ ବହୁତ ଭଲ ଫଳାଫଳ ଦେଖା ଯାଇଥିବା ଆଇସିଏମଆର ଦ୍ୱାରା କରାଯାଇଥିବା ଅନୁସନ୍ଧାନରୁ ଜଣାପଡିଛି । ଟିକାର ମିଶ୍ରିତ ଡୋଜ୍ କେବଳ କରୋନା ସଂକ୍ରମଣକୁ ହ୍ରାସ କରିପାରିବ ନାହିଁ ବରଂ ଏହା ଶରୀରରେ ଭଲ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରୁଥିବା ମଧ୍ୟ ଦେଖିବାକୁ ମିଳିଛି
କିଛି ଦିନ ପୂର୍ବରୁ କୋଭିସିଲ୍ଡ ଏବଂ କୋଭାକ୍ସିନର ମିଶ୍ରିତ ଡୋଜ୍ ସହିତ ନାକରେ ଦିଆଯାଇଥିବା ଭାରତ ବାୟୋଟେକ୍ ଟିକା ଉପରେ ଅଧ୍ୟୟନକୁ ଅନୁମତି ପ୍ରଦାନ କରିଥିଲା ବିଶେଷଜ୍ଞ ଅଧ୍ୟୟନ କମିଟି ଏସଇସି ।

Comments (0)
Add Comment