ବିପଦ ସଂକେତ ଟପିଲା ସୁବର୍ଣ୍ଣରେଖା

ଉପରମୁଣ୍ଡାରେ ପ୍ରବଳ ବର୍ଷା ଯୋଗୁଁ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ପାଇଛି। ବସ୍ତା ରାଜଘାଟଠାରେ ବିପଦ ସଙ୍କେତ ଟପିଛି ସୂବର୍ଣ୍ଣରେଖା । ରାଜଘାଟରେ ସତର୍କ ସଙ୍କେତ ୯.୪୫ ମିଟର ଥିବା ବେଳେ ବିପଦ ସଙ୍କେତ ରହିଛି ୧୦.୩୬ ମିଟର । ଏବେ ରାଜଘାଟଠାରେ ୧୦.୪୨ ମିଟର ଜଳ ପ୍ରବାହିତ ହେଉଛି ।

ବାଲିଆପାଳ ଓ ଜଳେଶ୍ୱର ବ୍ଲକ୍‌ର ୨୦ଟି ଗାଁରେ ବନ୍ୟା ପାଣି ପଶିଛି। ଗତକାଲି ରାତିରେ ବନ୍ୟା ପାଣି ଗାଁରେ ପଶିଥିବା ବେଳେ ସ୍ଥାନୀୟ ଲୋକ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବାଲିଆପାଳ ବ୍ଲକର ତଳିଆ ଅଞ୍ଚଳରେ ଥିବା ଆଠବାଟିଆ, କୁଦମାନସିଂ, ଗୁନାପୁର, ସୁଙ୍ଗ ମୁହଁ, ବିଷ୍ଣୁପୁର ଓ ଜଳେଶ୍ୱର ବ୍ଲକର ଛଟ ଖାନପୁରରେ ପାଣି ପଶିଛି। ବର୍ଷା ନ କମିଲେ ଅଧିକ ଗାଁରେ ବନ୍ୟା ପାଣି ପଶିବା ଆଶଙ୍କା କରାଯାଉଛି।

Comments (0)
Add Comment