ଫୁଲୁଛି ସୁବର୍ଣ୍ଣରେଖା…ବଢୁଛି ଦୁର୍ଦ୍ଦଶା

ଫୁଲୁଛି ସୁବର୍ଣ୍ଣରେଖା । ସୁବର୍ଣ୍ଣରେଖାରେ ଜଳସ୍ତର ବଢିବା ଫଳରେ ତଳିଆ ଅଂଚର ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ବାଲେଶ୍ୱର ବସ୍ତା ରାଜଘାଟ ନିକଟରେ ଜଳସ୍ତର ବିପଦସଙ୍କେତ ଉପରେ ଅଛି ।
ଝାଡଖଣ୍ଡର ଗାଲୁଡିହି ବ୍ୟାରେଜରୁ ଗତ ଦୁଇଦିନରେ ପର୍ୟ୍ୟାୟକ୍ରମେ ୧୧ ହଜାର ୩ ଶଙ କ୍ୟୁସେକ ପାଣି ନିଷ୍କାସନ କରାଯିବା ଫଳରେ ନଦୀର ଜଳସ୍ତର ବଢିବାରେ ଲାଗିଛି । ବାଲେଶ୍ୱର ବସ୍ତା ରାଜଘାଟ ନିକଟରେ ଜଳସ୍ତର ବିପଦସଙ୍କେତ ଉପରେ ଅଛି । ନଦୀର ଜଳସ୍ତର ବଢୁଥିବାରୁ ବାଲିଆପାଳ, ଭୋଗରାଇ, ଓ ଜଳେଶ୍ୱର ବ୍ଲକର ତଳିଆ ଅଂଚଳରେ ବନ୍ୟା ଆଶଙ୍କ ଦେଖାଦେଇଛି । ଲଗାଣ ବର୍ଷା ଯୋଗୁଁ ବସ୍ତାର ବିଭିନ୍ନ ସ୍ଥାନରେ ପାଣି ପଶିଯାଇଥିଲା
ମିଆଁମାର ଉପକୂଳ ତତ୍ସଂଲଗ୍ନ ମାର୍ଟାବାନ ଉପକୂଳ ଅଂଚଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଆଜି ସଂଧ୍ୟା ବେଳକୁ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତାକାଲିଠୁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ୨୮ ତାରିଖ ପର୍ୟ୍ୟନ୍ତ ବର୍ଷା ଲାଗି ରହିବ । ଉପକୂଳ ଜିଲ୍ଲା ଗୁଡିକ ସମେତ ଉତର, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୨୬ ତାରିଖ ଦିନ ପୁରୀ, ଗଂଜାମ, ଗଜପତି, ମାଲକାନଗିରି ଓ କୋରାପୁଟ ଆଦି ଜିଲ୍ଲାରେ ବର୍ଷା ହୋଇପାରେ ।

Comments (0)
Add Comment