ଖରା ପାଇଁ ପୁଣି ବଢିପାରେ ସ୍କୁଲ ଛୁଟି

ରାଜ୍ୟରେ ଜାରି ରହିଛି ଅହସ୍ୟ ଗ୍ରୀଷ୍ମ ପ୍ରବାହ । ପ୍ରବଳ ତାତି ଯୋଗୁ ସ୍କୁଲ ଛୁଟିକୁ ବୃଦ୍ଧି କରାଯାଇପାରେ ।ଏପ୍ରିଲ ୩୦ ତାରିଖ ପରେ ଏସଆରସିଙ୍କ ପରାମର୍ଶରେ ନିଆଯିବ ଛୁଟି ନିଷ୍ପତ୍ତି । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ହିଟଓ୍ବେଭ୍ ପାଇଁ ପ୍ରାଥମିକ ପର୍ୟ୍ୟାୟରେ ଏପ୍ରିଲ ୩୦ ତାରିଖ ପର୍ୟ୍ୟନ୍ତ କ୍ଲାସ ବନ୍ଦ ରଖାଯାଇଛି । ତେବେ ଆଉ ୩ ଦିନ ହିଟଓ୍ବେଭ୍ ବଢ଼ିବ ବୋଲି ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏଣୁ ଏପ୍ରିଲ ୩୦ ତାରିଖ ପରେ ସ୍ଥିତି ଦେଖି ରାଜ୍ୟ ସରକାର ଉଚିତ ନିଷ୍ପତ୍ତି ନେବେ ।
ମନ୍ତ୍ରୀ କହିଛନ୍ତି, ସ୍କୁଲ ଖୋଲାଯିବ ନା ନାହିଁ, ତାହା ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ।ତେବେ ସ୍କୁଲ ଛୁଟି ବଢ଼ିବ କି ନାହିଁ, ସେ ନେଇ ଆସନ୍ତା ୧ କିମ୍ବା ୨ ତାରିଖ ଦିନ ନିଷ୍ପତ୍ତି ନିଆଯାଇପାରେ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

Comments (0)
Add Comment