ଦେଶରେ ଲାଗୁହୋଇପାରେ ଲକଡାଉନ । କରୋନାର ଦ୍ୱିତୀୟ ପର୍ଯ୍ୟାୟରେ ସଂକ୍ରମଣ ସଂଖ୍ୟା ଦ୍ରୁତ ଗତିରେ ବଢୁଥିବାରୁ ଅନେକ ରାଜ୍ୟରେ ମଧ୍ୟ ଲକଡାଉନ ଲାଗୁ ହୋଇଛି । ହେଲେ ସ୍ଥିତି ସଂଗୀନ ରହିଛି । ସଂକ୍ରମଣର ବ୍ରେକ ଲଗାଇବା ପାଇଁ ସାରା ଦେଶରେ ଲକଡାଉନ ନେଇ ବିଚାର କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ବିଚାର କରନ୍ତୁ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।
ସଂକ୍ରମଣରେ ଅନେକ ଲୋକଙ୍କ ଜୀବନ ଯାଉଥିବାରୁ ଲୋକଙ୍କ କଲ୍ୟାଣ ଓ ହିତକୁ ନଜରରେ ରଖିବା ସହ ଭାଇରସ ଉପରେ ରୋକ୍ ଲଗାଇବା ପାଇଁ ଲକଡାଉନ୍ ଜରୁରୀ । ଏଦିଗରେ ସରକାର ବିଚାର କରନ୍ତୁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । । କଡାଉନ୍ ଲଗାଇବା ବେଳେ ଯେପରି ସାମାଜିକ ଓ ଆର୍ଥିକ ସ୍ତରରେ ଏହାର ପ୍ରଭାବ ନପଡିବ ସେନେଇ ଦୃଷ୍ଟି ଦେବା ଆବଶ୍ୟକ । ଯେଉଁମାନଙ୍କ ଉପରେ ଲକଡାଉନ୍ର ପ୍ରଭାବ ପକାଇବା ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉ ।ଏହାସହ ଯଦି କୌଣସି ନାଗରିକ ପାଖରେ ସ୍ଥାନୀୟ ପମାଣ ପତ୍ର ନାହିଁ ତେବେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ କେହି ମନା କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।
ଏଥିସହ ଅକ୍ସିଜେନ ସମସ୍ୟା ଦୂର ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ହାସହ କେହି ବ୍ୟକ୍ତି ସୋସିଆଲ ମିଡିଆରେ ସାହାଯ୍ୟ ମାଗିଲେ ତୁରନ୍ତ ସହଯୋଗ କରିବାକୁ ରାଜ୍ୟ ଓ କେନ୍ଦ୍ର ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି କୋର୍ଟ କହିଥିଲେ ।
ଦେଶରେ କରୋନାଭାଇରସ୍ଜନିତ ମହାମାରୀ ବ୍ୟାପିବା ଦିନରୁ ଆଜି ଦୈନିକ ସଂକ୍ରମଣ ସଂଖ୍ୟା ୩.୬ ଲକ୍ଷ ଥିବା ବେଳେ ମୃତ୍ୟୁସଂଖ୍ୟା ୩,୪୧୭ ରହିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୩,୬୮,୧୪୭ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୩,୪୧୭ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍ ସଂକ୍ରମଣ ମାମଲା ୧,୯୯,୨୫,୬୦୪ ଓ ମୃତ୍ୟୁସଂଖ୍ୟା ୨, ୧୮,୯୫୯ରେ ପହଞ୍ଚିଛି।