ପୁରୀ ବ୍ୟତୀତ ଅନ୍ୟ କେଉଁଠି ରଥଯାତ୍ରା ଆୟୋଜନ ହୋଇପାରିବ ନାହିଁ। ଅନ୍ୟ ସ୍ଥାନରେ ରଥଯାତ୍ରା ଆୟୋଜନ ପାଇଁ ହୋଇଥିବା ଏକାଧିକ ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ । ରଥଯାତ୍ରା ଅନୁମତି ପାଇଁ ହୋଇଥିବା ଏକାଧିକ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ଏହା ରାଜ୍ୟ ସରକାରଙ୍କ ନୀତିଗତ ନିଷ୍ପତ୍ତି ବୋଲି କହିଛନ୍ତି କୋର୍ଟ । କୋର୍ଟ ମହାମାରୀ ବିଷୟରେ ବିଶେଷଜ୍ଞ ନୁହନ୍ତି, ତେଣୁ ଏହି ନୀତିରେ ହସ୍ତକ୍ଷେପ କରିବା ଠିକ ନୁହେଁ ବୋଲି ମୁଖ୍ୟ ବିଚାରପତି କହିଛନ୍ତି । ସିଜେଆଇ ଏନଭି ରମଣାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ରଥଯାତ୍ରା ଆୟୋଜନ ପାଇଁ ହୋଇଥିବା ଏକାଧିକ ଆବେଦନ ଖାରଜ କରିଛନ୍ତି । ।
ରଥଯାତ୍ରା ଅନୁମତି ପାଇଁ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଂଜ କରିଥିଲେ ଆବେଦନକାରୀ । କେନ୍ଦ୍ରପଡା,ବାରିପଦା, ଭଟଲିରେ ହୋଇପାରିବନି ରଥଯାତ୍ରା । । ମାମଲା ଖାରଜ ଅବସରରେ ଜଷ୍ଟିସ ରମଣା କହିଛନ୍ତି,ଏମିତି କରିବାକୁ ଭଲ ଲାଗୁନଥିଲେ ବି ଆମେ ନାଚାର । ଆସନ୍ତା ବର୍ଷ ଭଗବାନ ରଥଯାତ୍ରା ପାଇଁ ଅନୁମତି ଦେବେ ବୋଲି ଆଶା । ପୂର୍ବରୁ ରଥଯାତ୍ରା ଅନୁମତି ପାଇଁ ଆବେଦନକୁ ହାଇକୋର୍ଟ ଖାରଜ କରିସାରିଥିଲେ ।
ଜୁନ୍ ୨୩ ତାରିଖରେ ଓଡିଶା ହାଇକୋର୍ଟ ଅନ୍ୟ ସ୍ଥାନରେ ରଥଯାତ୍ରା ପାଇଁ ଆବେଦନକୁ ଖାରଜ କରିଦେଇଥିଲେ । ଆବେଦନକାରୀମାନେ ଦର୍ଶାଇଥିଲେ ଯେ, ଓଡିଶାର ଅନ୍ୟ ସ୍ଥାନରେ କରୋନାର ସେତେଟା ସଂକଟଜନକ ସ୍ଥିତି ନାହିଁ, ତେଣୁ ରଥଯାତ୍ରା କରାଯାଇ ପାରିବ । କିନ୍ତୁ କୋର୍ଟ ମନା କରିଦେଇଥିଲେ ।