ପାନେ ପାଇଲା ସୈତାନ ପାକିସ୍ତାନ । ଘରେ ପଶି ପାକକୁ ବୁଦ୍ଧି ଶିଖାଇଛି ଇରାନ । ପରଘରେ ପଶି ଅହରହ ଅସ୍ତ୍ରବିରତି ଉଲ୍ଲଙ୍ଘନ କରୁଥିବା । ଆତଙ୍କବାଦକୁ ଉଷୁକାଉଥିବା ପାକିସ୍ତାନକୁ ଆଜି ପାନେ ଦେଇଛି ଇରାନ । ସର୍ଜିକାଲ ଷ୍ଟ୍ରାଇକ କରି ସାବାଡ କରିଛି ଇରାନ । ଏଥର ଭାରତ ନୁହେଁ ଷଡଯନ୍ତ୍ର କରୁଥିବା ପାକ ଉପରେ ସର୍ଜିକାଲ ଆଟାକ କରିଛି ଇରାନ ।
ନିଜ ଦେଶର ଦୁଇ ଜଣ ଯବାନଙ୍କୁ ପାକିସ୍ତାନରୁ ମୁକୁଳାଇବାକୁ ଇରାନ୍ ଏହି ସର୍ଜିକାଲ୍ ଷ୍ଟ୍ରାଇକ୍ କରିଛି । ଆଉ ସଫଳତାର ସହ ଏଥିରେ ସଫଳ ମଧ୍ୟ ହୋଇଛି । ଦୁଇ ବର୍ଷ ତଳେ ଜୈଶ ଉଲ୍ ଅଦଲ ସଙ୍ଗଠନ ଇରାନର ୧୨ ଜଣ ଗାର୍ଡକୁ ପାକିସ୍ତାନକୁ ଅପହରଣ କରି ନେଇଥିଲା । ୨୦୧୮ ମସିହାରେ ପାଞ୍ଚ ଜଣ ସୈନିକଙ୍କୁ ଛାଡି ଦେଇଥିଲା । ଏହାପରେ ୨୦୧୯ ମସିହା ମାର୍ଚ୍ଚ ୯ ତାରିଖରେ କିଛି ଇରାନୀ ସୈନିକଙ୍କୁ ପାକିସ୍ତାନ ସେନା ଉଦ୍ଧାର କରିଥିଲା । ହେଲେ ଏହାପରେ ବି ଦୁଇ ଜଣ ଇରାନ ଗାର୍ଡ ବନ୍ଦୀ ହୋଇ ରହିଥିଲେ । ଏହାପରେ ଇରାନ ପକ୍ଷରୁ ଏକ ସ୍ୱତନ୍ତ୍ର ଅପରେସନ୍ ପ୍ରସ୍ତୁତ ହୋଇଥିଲା । ଯେଉଁଥିରେ ଆତଙ୍କବାଦୀ ସଙ୍ଗଠନ ଜୈଶ ଉଲ ଅଦଲକୁ ଟାର୍ଗେଟ କରାଯାଇଥିଲା । ତା ଆଡ୍ଡା ଉପରେ ଇରାନ୍ ସେନା ଆକ୍ରମଣ କରିବା ସହ ନିଜ ସାଥୀଙ୍କୁ ଉଦ୍ଧାର କରିଛି ।