ସଂସଦରେ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି । ସ୍ୱାମୀନାଥନ କମିଟି ରିପୋର୍ଟକୁ ଲାଗୁ କରିବାକୁ କାହିଁକି ବିଜେଡି ଦାବି କରୁଛି ସେନେଇ ଗୃହରେ ତଥ୍ୟ ରଖିଛନ୍ତି ଡ.ସସ୍ମିତ ପାତ୍ର । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଶ୍ନର ଜବାବ ରଖିଛନ୍ତି ସସ୍ମିତ ।ଗତକାଲି ରାଜ୍ୟ ସଭାର ଦୁଇ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ୟ୍ୟ, ଓ ସସ୍ମିତ ପାତ୍ରଙ୍କୁ ସମାଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ସ୍ୱାମୀ ନାଥନ କମିଟି ସୁପାରିଶ ପ୍ରସଙ୍ଗରେ ବିଜେଡି ସାଂସଦ ସଠିକ ତଥ୍ୟ ଦେଖି ଗୃହରେ ଉତ୍ତର ରଖନ୍ତୁ ।
ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଶ୍ନର ଜବାବ ରଖିଛନ୍ତି ସସ୍ମିତ । ସଂସଦରେ ସ୍ୱାମୀନାଥନ କମିଟିରେ କଣ କୁହାଯାଇଛି ଏନେଇ ଉତ୍ତର ରଖିଛନ୍ତି ସସ୍ମିତ ପାତ୍ର । ଧାନର ସବର୍ନିମ୍ନ ସହାୟକ ମୂଲ୍ୟ କାହିଁକି କ୍ୱିଣ୍ଟାଲ ପିଛା ୨ ହଜାର ୯୩୦ ଟଙ୍କା ହେବା ଉଚିତ୍ ବିସ୍ତୃତ ଭାବେ ବୁଝାଇଛନ୍ତି ସସ୍ମିତ ପାତ୍ର । ସ୍ୱାମୀନାଥନ କମିଟିର ସୁପାରିସ୍ ଅନୁସାରେ ଧାନର ଇ-୨ ଦାମ୍ ୧ ହଜାର ୧୬୬ଟଙ୍କା ଯାହା କେବଳ ଉତ୍ପାଦନ ଖର୍ଚ୍ଚ । ଏବଂ ଏହା ଉପରେ ଦେଢଗୁଣା ଏମ୍ଏସ୍ପି ବୃଦ୍ଧି କରି କେନ୍ଦ୍ର ସରକାର ୧ ହଜାର ୭୫୦ଟଙ୍କା ରଖିଛନ୍ତି । ସ୍ୱାମୀନାଥନ କମିଟି ଉ୨ ଦାମ୍ ଉପରେ ଏମ୍ଏସ୍ପି ଦେଢଗୁଣା ଦେବାକୁ ସୁପାରିଶ କରିଥିବା ବେଳେ କେନ୍ଦ୍ର ସରକାର ଚାଷୀଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି ସସ୍ମିତ କହିଛନ୍ତି । ୨୦୧୭ ମସିହାରେ ଓଡ଼ିଶା ବିଧାନସଭାରେ ଧାନର କ୍ୱିଣ୍ଟାଲ ପିଛା ସବର୍ନିମ୍ନ ସହାୟକ ମୂଲ୍ୟ ସ୍ୱାମୀନାଥନ କମିଟି ସୁପାରିସ୍ ଅନୁସାରେ ୨ ହଜାର ୯୩୦ଟଙ୍କା କରିବାକୁ ସବର୍ସମ୍ମତ ପ୍ରସ୍ତାବ ଅଣାଯାଇଥିଲା ବୋଲି ସସମିତ କହିଛନ୍ତି ।
ଏଥର ବଜେଟ୍ ଅଧିବେଶନରେ ବିଜେଡି ସାଂସଦମାନେ ଅଧିକ ଆକ୍ରମଣାତ୍ମକ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ଚାଉଳ ବିବାଦକୁ ସାଂସଦ ଭର୍ତ୍ତୃହରି ମହତାବ ସଂସଦକୁ ଟାଣି ନେବା ପରେ ବୁଧବାର ମହିଳା ସଂରକ୍ଷଣ ଓ ଏମଏସପି ଏବଂ ସ୍ୱାମୀନାଥନ୍ କମିଟି ସୁପାରିସ ପ୍ରସଙ୍ଗରେ ଦୁଇ ସାଂସଦ ପ୍ରସନ୍ନ ଆଚାର୍ୟ୍ୟ ଓ ସସ୍ମିତ ପାତ୍ର ଗର୍ଜନ କରିଥିଲେ।