ସ୍ୱିଗୀ ଡେଲିଭରୀ ବୟଙ୍କୁ ଅପହରଣକୁ ନେଇ ସସ୍ପେନ୍ସ । ପ୍ରେମ ପାଇଁ ରଚିଥିଲା ଅପହରଣ ନାଟକ । ଟ୍ରେନ୍ ଯୋଗେ ରାଜ୍ୟ ବାହାରକୁ ପଳାଇଥିଲା । ମଧ୍ୟପ୍ରଦେଶରୁ ପତିତପାବନଙ୍କୁ ଠାବ କଲା ପୋଲିସ । ରେଲୱେ ପୋଲିସ ସହାୟତାରେ ଉଦ୍ଧାର କଲା ଧଉଳି ଥାନା ପୋଲିସ । ଅନ୍ୟ ଜଣେ ସାଥୀକୁ ମଧ୍ୟ ଠାବ କରିଛି ପୋଲିସ ।
ଖୁବଶୀଘ୍ର ସ୍ୱିଗି ବୟକୁ ଓଡିଶା ଅଣାଯିବ । ନିଜେ ରଚିଥିଲା ଅପହରଣର ଷଡଯନ୍ତ୍ର । ସିସିଟିଭିରୁ ଧରାପଡିଲା ଅପହରଣର ନାଟକ । ଏନେଇ ବିସ୍ତୃତ ସୂଚନା ଦେବ ପୋଲିସ ।ସ୍ୱିଗୀ ଡେଲିଭରୀ ବୟ୍ ପତିତପାବନ ପୃଷ୍ଟିଙ୍କୁ ଅପହରଣ ନେଇ ଅଭିଯୋଗ ହୋଇଥିଲା । ଅପହରଣ ନେଇ ପରିବାର ଲୋକଙ୍କୁ ଭଏସ ମେସେଜରେ ସୂଚନା ଦେଇଥିଲେ ପତିତପାବନ । ଦୟାନଦୀ ରାସ୍ତା ନିକଟରୁ ଡେଲିଭରି ବୟଙ୍କ ଚପଲ, ବ୍ୟାଗ୍, ଗଞ୍ଜି ଓ ଏକ ଛୁରି ମିଳିଥିଲା ।
ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଅଡିଓ ମେସେଜରୁ ତାଙ୍କୁ ଅପହରଣ କରାଯାଇଥିବା ନେଇ ପୋଲିସ ସନ୍ଦେହ କରିଥିଲା । ଏହା ପରେ ପୋଲିସ ବାହାର ରାଜ୍ୟରୁ ପତିତପାବନକୁ ଧରିଛି ।