ରାଜଧାନୀରେ ଡେଲିଭରି ବଏଙ୍କୁ ଅପହରଣ । ଭୁବନେଶ୍ୱର ଉତରା ଛକରୁ ସ୍ୱିଗୀ ଡେଲିଭରି ବଏ ପତିତପାବନ ପୃଷ୍ଟିଙ୍କୁ ଗତକାଲି ରାତିି ୧୦ ଟା ବେଳେ କିଛି ଦୁର୍ବୁତ ମାଡ ମାରି ଅପହରଣ କରିନେଇଥିବା ନେଇ ଧଉଳି ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛଇ । କିନ୍ତୁ ଏଯାଏ କିଛି ପତ୍ତା ମିଳିିନି ।
ତପାବନଙ୍କ ପତ୍ନୀଙ୍କ ଅଭିଯୋଗ ଅନୁଯାୟୀ ଗତକାଲି ରାତି ୧୦ଟା ପରେ ପତିତପାବନ ଅନ୍ୟ ଏକ ଫୋନ୍ ନମ୍ବରରୁ ତାଙ୍କୁ ଫୋନ କରି ଜଣାଇଥିଲେ ଯେ ତାଙ୍କୁ ଛୁରୀରେ ଆକ୍ରମଣ କରି ତାଙ୍କ ମୋବାଇଲ ଓ ଟଙ୍କା ନେଇ ଯାଇଛନ୍ତି ଦୁର୍ବୁତ । ପରେ ପରିବାର ଲୋକ ଘଟଣା ସ୍ଥଳକୁ ଯାଇ ଖୋଜାଖୋଳି କରିଥିଲେ ମଧ୍ୟ ଏପର୍ୟ୍ୟନ୍ତ ପତିତପାବନଙ୍କ କିଛି ପତା ମିଳିନାହିଁ । ଏପଟେ ଦୟା ନଦୀ ବ୍ରିଜ୍ ଉପରୁ ଚପଲ, ପର୍ସ ଓ ଛୁରୀ ପଡିଥିବା ଦେଖିବାକୁ ମିଳିଛି ।